ରାଜ୍ୟରେ ଆଉ ୬୬ ଜଣଙ୍କ ପ୍ରାଣ ନେଇ କରୋନା

ଭୁବନେଶ୍ୱର, ଅଗଷ୍ଟ ୪ : ରାଜ୍ୟରେ କରୋନା ସଂକ୍ରମଣ ଦୋଳି ଖେଳୁଥିବା ବେଳେ ଏବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟ କରୋନା ମୃତ୍ୟୁରେ ବ୍ରେକ୍ ଲାଗୁନଥିବା ବେଳେ ଆଉ ୬୬ ଜଣଙ୍କ ପ୍ରାଣ ନେଇଛି କରୋନା ମହାମାରୀ । ଦ୍ୱିତୀୟ ଲହର ଥମିଆସୁଥିବା ବେଳେ ରାଜ୍ୟରେ ଏଭଳି ମୃତ୍ୟୁ ସଂଖ୍ୟା ଏବେ ରାଜ୍ୟ ବାସୀଙ୍କ ଭୟ ଦ୍ୱିଗୁଣିତ କରିଛି । ୬୬ ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଅନ୍ୟପଟେ କଟକରୁ ୧୦ ଜଣ , ପୁରୀରୁ ୯ ଜଣ, ମୟୂରଭଞ୍ଜରୁ ୬ ଜଣ, ଅନୁଗୋଳରୁ ୫ ଜଣ, ଯାଯପୁର ଓ ଝାରସୁଗୁଡାରୁ ୩ ଜଣ ଲେଖାଏଁ ସେହିପରି ଭଦ୍ରକ୍ , ବଲାଙ୍ଗିର ଓ ନୟାଗଡରୁ ୨ ଜଣ ଲେଖାଏଁ, ଢେଙ୍କାନାଳ ,ଗଞ୍ଜାମ, କଳାହାଣ୍ଡିରୁ, କନ୍ଧମାଳ, କେନ୍ଦ୍ରାପଡା ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି । ରାଜ୍ୟରେ ନୂଆ ୬୬ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୬୮ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.