କେରଳରେ କରୋନା: ଦିନକରେ ୨୩ ହଜାରରୁ ଊର୍ଦ୍ଧ୍ୱ ପଜିଟିଭ

ନୂଆଦିଲ୍ଳୀ, ଅଗଷ୍ଟ ୦୪ : ଦେଶରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ କେରଳବାସୀଙ୍କ ପାଇଁ ଚିନ୍ତା ବଢ଼ିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩ ହଜାର ୬୩୬ ଲୋକ କରୋନା ପଜିଟିଭ ହୋଇଛନ୍ତି । ବିଗତ ୨ ମାସ ମଧ୍ୟରେ ଦେଶର ଯେକୌଣସି ରାଜ୍ୟରେ ସର୍ବାଧିକ । କେରଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାର ପ୍ରଭାବ ଦେଶ ଉପରେ ପଡ଼ିଛି । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାର ୪୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ କେରଳରେ କେବଳ ୫୬ ପ୍ରତିଶତ ସଂକ୍ରମଣ ଜଣାପଡ଼ିଛି ।  ସରକାର ମଙ୍ଗଳବାର କହିଛନ୍ତି ଯେ, କୋଭିଡ-୧୯ର ପ୍ରସାରକୁ ଦର୍ଶାଉଥିବା ରିପ୍ରୋଡକ୍ଟିଭ ନମ୍ବର ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ତାମିଲାନାଡୁ ଓ କେରଳ ସମେତ ୮ ରାଜ୍ୟରେ ଏକରୁ ଅଧିକ । ରିପ୍ରୋଡକ୍ଟିଭ ନମ୍ବର ଅଥବା ଆର ଭ୍ୟାଲୁ କେଉଁ ରୋଗ କେତେ ସଂକ୍ରାମକ ଅର୍ଥାତ ଏକ ମାମଲାରୁ ଆଉ କେତେ ବଢ଼ିପାରେ ଏହି ସଂଖ୍ୟା ଦର୍ଶାଇଥାଏ ।  ସୂଚନାଯୋଗ୍ୟ, କେରଳରେ ଏପର୍ଯ୍ୟନ୍ତ ୩୪.୩ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୨.୪ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୬ ହଜାର ୯୫୫ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । 

Leave A Reply

Your email address will not be published.