ଆମେରିକାରେ ପୁଣି ଉଦବେଗଜନକ ସ୍ଥିତି, ୨୪ ଘଣ୍ଟାରେ ୧.୧୦ ଲକ୍ଷ ପଜିଟିଭ

ୱାଶିଂଟନ୍‌, ଅଗଷ୍ଟ ୦୫ : ଆମେରିକାରେ କରୋନା ଭାଇରସ ପୁଣି ଥରେ ଉଦବେଗଜନକ ସ୍ଥିତିରେ ପହଂଚିଛି । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୦ ହଜାର ୬୩୦ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୫ ହଜାର ୧୮୦ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ମାତ୍ର ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ଅଛି । ୨୪ ଘଣ୍ଟା ମଧ୍ୟରେ ୬୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ଆଜି ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୧ ଲକ୍ଷ ୭୩ ହଜାର ୭୬୯କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୩୧ ହଜାର ୨୮୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୭ ଲକ୍ଷ ୮୪ ହଜାର ୩୧୦ ଲୋକ ସୁସ୍ଥ ହୋଇଥିବା ବେଳେ ୫୭ ଲକ୍ଷ ୫୮ ହଜାର ୧୭୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୨ ହଜାର ୬୦୦ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.