ପଶ୍ଚିମବଙ୍ଗରେ ବନ୍ୟା ସ୍ଥିତି ଜଟିଳ

କୋଲକାତା/ଜୟପୁର, ଅଗଷ୍ଟ ୦୫ : ପଶ୍ଚିମବଙ୍ଗରେ ବନ୍ୟା ସ୍ଥିତି ଜଟିଳ ସ୍ତରରେ ପହଂଚିଛି । ବୁଧବାର ଏହା ଆହୁରି ଭୟଙ୍କର ହୋଇଛି । ପୁଣି ଥରେ ୮ ଜଣ ଲୋକଙ୍କର ମୃତ୍ୟୁ ହେବା ପରେ ସଂଖ୍ୟା ୨୩ରେ ପହଂଚିଛି । ମଧ୍ୟପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗ୍ୱାଲିୟରର ଚମ୍ବଲ ଅଂଚଳରେ ବ୍ୟାପକ କ୍ଷତି ହୋଇଛି । ଏକ ବ୍ରିଜ ଭସାଇ ନେଇଥିବା ବେଳେ ସଡ଼କ ଏବଂ ରେଳଲାଇନ ଉପରେ ପାଣି ପ୍ରବାହିତ ହେଉଛି । ଅନେକ ଗାଁ ଜଳବନ୍ଦୀରେ ରହିଛି । ରାଜସ୍ଥାନର ହାତୌଡି ଅଂଚଳରେ ଲଗାତାର ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଛି । କ୍ରମାଗତ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରାୟ ୧୦୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଟୁଇଟ କରି କହିଛନ୍ତି ଯେ, କୋଟା, ବାରନ, ବୁନ୍ଦି ଏବଂ ଝାଲାୱାଡରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଖରାପ ସ୍ତରରେ ପହଂଚିଛି ।

Leave A Reply

Your email address will not be published.