ଭାରତରେ କରୋନା ଭାଇରସ୍‌: ୨୪ ଘଣ୍ଟାରେ ୫୩୨ ମୃତ

ନୂଆଦିଲ୍ଲୀ, ଅଗଷ୍ଟ ୦୫ : ଭାରତରେ କରୋନାର ଦୈନିକ ସଂକ୍ରମଣ ପାଖାପାଖି ୪୦ ହଜାର ରହୁଛି । ୨ୟ ଲହରରେ କେବେ ସୁଧାର ଆସିବ ବିଶେଷଜ୍ଞମାନେ ମଧ୍ୟ କହିପାରୁ ନାହାନ୍ତି ।  ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ୪୨ ହଜାର ୮୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫୩୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୨୪ ଘଣ୍ଟା ପୂର୍ବରୁ ୪୨ ହଜାର ୫୬୬ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ୫୬୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା ।   କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୭ ହଜାର ୨୩୮କୁ ବୃଦ୍ଧି ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୧ ଲକ୍ଷ ୭୩ ହଜାର ୭୬୯ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୬ ହଜାର ୩୨୧କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

Leave A Reply

Your email address will not be published.