ଟୋକିଓ ଅଲିମ୍ପିକ୍ସ: ମହିଳା ହକି କାଂସ୍ୟ ପଦକ ମୁକାବିଲାରେ ଜିତିଲା ଗ୍ରେଟ ବ୍ରିଟେନ୍‌

ଟୋକିଓ, ଅଗଷ୍ଟ ୦୬ : ଟୋକିଓ ଅଲିମ୍ପିକ୍ସର ମହିଳା ହକି କାଂସ୍ୟ ପଦକ ମୁକାବିଲାରେ ଗ୍ରେଟ ବ୍ରିଟେନ ଜିତିଛି । ଗ୍ରେଟ ବ୍ରିଟେନ ଭାରତକୁ ୪-୩ ଗୋଲରେ ପରାସ୍ତ କରିଛି । ଫଳରେ ଭାରତୀୟ ହକି ଟିମ୍ କାଂସ୍ୟ ପଦକରୁ ବଂଚିତ ହୋଇଛି । ଭାରତୀୟ ହକି ଦଳ କାଂସ୍ୟ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ କଡ଼ାମୁକାବିଲା କରିଥିଲା । ଭାରତର ଝିଅମାନେ ଆରମ୍ଭରୁ ଏବଂ ଶେଷ ପର୍ଯ୍ୟାୟରେ ଲଢୁଆ ମନୋଭାବ ନେଇ ଖେଳିଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ଦିନ ଠାରୁ ଭାରତୀୟ ହକି ଟିମ ଭଲ ପ୍ରଦର୍ଶନ କରିଥିଲା । ଭାରତ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଂଚିଥିଲା । ତେଣୁ ଏହି ଭାରତୀୟ ଝିଅଙ୍କୁ ନେଇ ଦେଶ ଗର୍ବ କରୁଛି ।  କ୍ୱାର୍ଟର ୩ଶେଷ ହେବା ପରେ ଭାରତ ଓ ବ୍ରିଟେନ୍ ୩-୩ ସ୍ଥିତିରେ ରହିଥିଲେ । କିନ୍ତୁ ହାଫ୍ ଟାଇମ୍ ବେଳକୁ ଭାରତ ୩-୨ରେ ଅଗ୍ରଣୀ ଥିଲା । ବନ୍ଦନା କଟାରିଆ ୨୯ତମ ମିନିଟରେ ଗୋଲ ଦେଇଥିଲେ । ଏହା ପୂର୍ବରୁ ଭାରତ ପକ୍ଷରୁ ୨୬ ମିନିଟରେ ସାଲିମା ଟେଟେ ଓ ଗୁରଜିତ କୌର ୨ଟି ଗୋଲ ଦେଇଥିଲେ । ଗ୍ରେଟ ବ୍ରିଟେନ ୪୮ତମ, ୩୫ତମ, ୨୫ତମ ଓ ୧୬ତମ ମିନିଟରେ ୨ଟି ଗୋଲ ଦେଇଥିଲା ।   ଭାରତୀୟ ମହିଳା ହକି ଟିମ୍ ଶୁକ୍ରବାର ଗ୍ରେଟ ବ୍ରିଟେନ୍ ବିପକ୍ଷରେ କାଂସ୍ୟ ପଦକ ପାଇଁ ପ୍ଲେ-ଅଫ୍‌ରେ ପ୍ରଥମ ଥର ଶୀର୍ଷ ୩ଟି ସ୍ଥାନରେ ରହି ଏବଂ ଆଗକୁ ବଢ଼ିବା ଲକ୍ଷ୍ୟ ରଖିଥିଲା । ମହିଳା ହକି ଟିମ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ଦେଶର ଖୁସିକୁ ଦୁଇଗୁଣ କରିବାକୁ ଚାହିଁଥିଲା ।  ପୁଲ ପର୍ଯ୍ୟାୟରେ ଗତ ଚମ୍ପିଅନ ଗ୍ରେଟ ବ୍ରିଟେନ ୧-୪ରେ ଭାରତକୁ ପରାସ୍ତ କରିଥିଲା । ୫ ବର୍ଷ ପୂର୍ବରୁ ରିୟୋ ଅଲିମ୍ପିକ୍ସ-୨୦୧୬ରେ ଗ୍ରେଟ ବ୍ରିଟେନ ଟିମ ନିଜର ସ୍ୱର୍ଣ୍ଣ ପଦକ ପ୍ରଦର୍ଶନକୁ ଦୋହରାଇପାରି ନାହିଁ । ତେଣୁ ଏଠାରେ ଅତିକମରେ ପୋଡିୟମ ସ୍ଥାନରୁ ନିଜର ଅଭିଯାନ ଶେଷ କରିବାକୁ ଚାହିଁଥିଲା । କିନ୍ତୁ ଭାରତୀୟ ଟିମ ସତର୍କତାର ସହିତ ଖେଳିଥିଲା । ପୁଲ ପର୍ଯ୍ୟାୟରେ ଫଳାଫଳ ଯାହା ହେଉ ପଛେ ଗ୍ରେଟ ବ୍ରିଟେନ ବିପକ୍ଷରେ ମୁକାବିଲା ପାଖାପାଖି ସମାନ ରହିଥିଲା ।  ପୁଲ ମ୍ୟାଚରେ ଭାରତୀୟ ଟିମ ଏକାଧିକ ସୁଯୋଗ ହାତଛଡ଼ା କରିଥିଲା ଏବଂ ଯଦି ଶେଷ ଭଲ ହୋଇଥାନ୍ତା ତାହେଲେ ଫଳାଫଳ ଅନ୍ୟ ଆଡ଼କୁ ଗତି କରିଥାନ୍ତା । ଭାରତ ପାଖରେ ଯଦିଓ ବହୁତ ସୁଯୋଗ ଥିଲା, ଗ୍ରେଟ ବ୍ରିଟେନ ଏହାକୁ ବିଫଳ କରୁଥିଲା । ଭାରତକୁ ୮ଥର ପେନାଲ୍ଟି ସୁଯୋଗ ମିଳିଥିଲା । କିନ୍ତୁ କେବଳ ଗୋଟିଏ ଗୋଲ ଦେଇପାରିଥିଲା । 

Leave A Reply

Your email address will not be published.