ବିଶ୍ୱରେ କରୋନା: ୨୦.୧୬ କୋଟି ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ, ଅଗଷ୍ଟ ୦୬ : କରୋନା ଭାଇରସ ସଂକ୍ରମଣରେ ବିଶ୍ୱବ୍ୟାପୀ ୨୦.୧୬ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ଏଥିରୁ ୧୮.୧୪ କୋଟି ସୁସ୍ଥ ହୋଇଛନ୍ତି । ଏବେ କୋଟିଏ ୫୯ ଲକ୍ଷ ଲୋକ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୯୪ ହଜାରରୁ ଅଧିକଙ୍କ ଅବସ୍ଥା ଗୁରୁତର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷ ୮୯ ହଜାର ୨୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୧୯୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।  ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୧୬ ଲକ୍ଷ ୩୦ ହଜାର ୯୨୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୭୯ ହଜାର ୨୬୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୮ କୋଟି ୧୪ ଲକ୍ଷ ୧୨ ହଜାର ୮୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୫୯ ଲକ୍ଷ ୩୮ ହଜାର ୮୬୧ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୪ହଜାର ୬୧୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Leave A Reply

Your email address will not be published.