ବଢୁଛି ଗଂଗା-ଯମୁନାର ଜଳସ୍ତର, ବନ୍ୟା ମୁକାବିଲାରେ ପ୍ରଶାସନ ନିୟୋଜିତ

ପ୍ରୟାଗରାଜ, ଅଗଷ୍ଟ ୦୬ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଉଭୟ ଗଂଗା ଓ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ତେବେ ବନ୍ୟା ଜଳ ବିପଦସ୍ଥିତିରେ ପହଂଚିବା ପୂର୍ବରୁ ସ୍ଥାନୀୟ ପ୍ରଶସନ ମୁକାବିଲା କାମରେ ନିୟୋଜିତ ହୋଇଛି । ସମ୍ଭାବିତ ବନ୍ୟା ମୁକାବିଲାରୁ ନିସ୍ତାର ପାଇବା ପାଇଁ ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ।  ଜିଲ୍ଲାରେ ବନ୍ୟାରୁ ବର୍ତ୍ତିବା ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ କଣ୍ଟ୍ରୋଲରୁମ ଖୋଲାଯାଇଛି । କଂଣ୍ଟ୍ରୋଲ ରୁମରେ ଫୋନ ନଂମ୍ବର (୦୫୩୨-୨୬୪୧୫୭୭, ୨୬୪୧୫୭୮) ଜାରି କରାଯାଇଛି । ସେହିପରି ବନ୍ୟା ମୁକାବିଲା ପାଇଁ ମୋଟ ୯୮ଟି ପୋଷ୍ଟ କରାଯାଇଛି । ସେହିପରି ୧୧୦ଟି ବନ୍ୟା ଆଶ୍ରୟସ୍ଥଳ କରାଯାଇଛି । ଏଠାରେ ସମସ୍ତ ଅଧିକାରୀ, କର୍ମଚାରୀ, ଚିକତ୍ସକ, ପ୍ରାଣୀଚିକିତ୍ସକ, ପୋଲିସ, ପିଏସି ଏବଂ ଏସଡିଆରଏଫର ୨୦ଟି ମୋଟର ବୋଟ/ମୋଟର ଲଂଚ ସମସ୍ତ ଜୀବନ ରକ୍ଷକ ଉପକରଣ ସହିତ ମୁତନୟ କରାଯାଇଛି ।  ମେଳା ପ୍ରଶାସନ ପାଖରେ ୨ଟି ମୋଟର ବୋଟ, ପୂର୍ତ୍ତ ବିଭାଗ ପାଖରେ ୧ ମୋଟର ବୋଟ, ଜଳସେଚନ ବିଭାଗ ପାଖରେ ୨ଟି ମୋଟର ବୋଟ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୪ଟି ମୋଟର ବୋଟ ଉପଲବ୍ଧ ରହିଛି । ସେହିପରି ମୋଟ ୧୦୦୦ଟି ଘରୋଇ ଡଙ୍ଗା ଓ ୫ଟି ଘରୋଇ ମୋଟର ବୋଟର ବ୍ୟବସ୍ଥା କରାଯାଇଛି 

Leave A Reply

Your email address will not be published.