ମୋବାଇଲରେ ଗେମ୍ ଖେଳିବାକୁ ବାରଣ କରିବାରୁ ଦେହରେ କିରୋସିନ ପକାଇ ଆତ୍ମହତ୍ୟା କଲେ ନାବାଳିକା

ରାଉରକେଲା ,ଅଗଷ୍ଟ ୦୬ : ଗୋଟିଏ ମୋବାଇଲ୍ ପାଇଁ ଚାଲିଗଲା ଜଣେ ନବମ ଶ୍ରେଣୀ ଛାତ୍ରୀର ଜୀବନ । ଏପରି ଘଟଣା ଘଟିଛି ରାଉରକେଲା ସେକ୍ଟର-୩ରେ ।ସୁଚନା ଅନୁସାରେ ରାଉରକେଲା ସେକ୍ଟର-୩ ଷ୍ଟିଲ୍ ପ୍ଲାଣ୍ଟ ଏକଜିକ୍ୟୁଟିଭ୍ ଆସୋସିଏସନରେ କେୟାର ଟେକର ଭାବରେ କାମ କରୁଥିବା ସଦାନନ୍ଦ ଦୀପ ରୁହିଙ୍କ ଏକ ୧୪ ବର୍ଷର ଝିଅ ବାରମ୍ବାର ମୋବାଇଲ୍‌ରେ ଗେମ୍ ଖେଳିବା ପାଇଁ ଜିଦି କରୁଥିଲେ। ହେଲେ ବାପା ମାଆ ବାରଣ କରୁଥିଲେ। ଗତକାଲି ସନ୍ଧ୍ୟାରେ ସଦାନନ୍ଦଙ୍କ ଝିଅ ମୋବାଇଲରେ ଗେମ୍ ଖେଳୁଥିବା ବେଳେ ତାଙ୍କ ମାଆ ଏହାକୁ ବାରଣ କରି ମୋବାଇଲ୍ ଛଡ଼ାଇ ଆଣିଥିଲେ। ଏଥିରେ ନାବାଳିକା ଜଣଙ୍କ ଉତ୍ତ୍ୟକ୍ତ ହୋଇ ଘରେ କେହି ନଥିବା ସମୟରେ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୯୫ ପ୍ରତିଶତ ଶରୀର ପୋଡ଼ିଯାଇଥିବାରୁ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ସେକ୍ଟର-୩ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.