ଆମେରିକାରେ କରୋନା ଅନିୟନ୍ତ୍ରିତ, ୨୪ ଘଣ୍ଟାରେ ୧.୧୬ ଲକ୍ଷ ସଂକ୍ରମିତ

ୱାଶିଂଟନ୍‌, ଅଗଷ୍ଟ ୦୬ : ଆମେରିକୀୟ ଜନତାଙ୍କ ପାଇଁ କରୋନା ଭାଇରସ ପୁଣି ଥରେ ଚିନ୍ତା ବଢ଼ାଇଛି । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୬ ହଜାର ୮୭୯ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୪ ହଜାର ୬୫୪ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ଦିନକୁ ଦିନ ଆମେରିକାରେ ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେଉଥିବା ବେଳେ କମ ସଂଖ୍ୟାରେ ସୁସ୍ଥ ହେଉଛନ୍ତି, ଯାହାକୁ ନେଇ ସରକାର ଏବଂ ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି । କିନ୍ତୁ ଆଶ୍ୱସ୍ତିକର କଥା ହେଲା ଯେ, ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ଅଛି । ୨୪ ଘଣ୍ଟା ମଧ୍ୟରେ ୫୫୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ଆମେରିକାରେ ଆଜି ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୨ ଲକ୍ଷ ୯୭ ହଜାର ୬୭୮କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୩୧ ହଜାର ୮୬୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୮ ଲକ୍ଷ ୧୧ ହଜାର ୯୭୦ ଲୋକ ସୁସ୍ଥ ହୋଇଥିବା ବେଳେ ୫୮ ଲକ୍ଷ ୫୩ ହଜାର ୮୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୨ ହଜାର ୮୦୪ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.