ଟ୍ରକ ଚଢ଼ିଯିବାରୁ ୯ ଜଣଙ୍କ ଶୋଚନୀୟ ମୃତ୍ୟୁ

ସୁରଟ, ଅଗଷ୍ଟ ୦୯ : ଗୁଜରାଟର ଅମରେଲୀରେ ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଛି, ଯେଉଁଥିରେ କି ଅତିକମରେ ୯ ଜଣଙ୍କର ଜୀବନ ଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାଭରକୁଣ୍ଡଲାର ବାଢ଼ଡା ଗାଁ ନିକଟରେ କୁଡ଼ିଆ ଘରେ ଶୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ଚଢ଼ଯାଇଛି । ଘଟଣାସ୍ଥଳରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଛି । ଟ୍ରକ କୁଡ଼ିଆ ଘର ଉପରେ ଚଢ଼ିଯାଇଥିବାରୁ ଘଟଣାସ୍ଥଳରେ ଲୋକଙ୍କର ମୃତ୍ୟୁ ହୋଇଥିଲା । ପୋଲିସ କହିବା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୩ଟାରେ ଏହି ଘଟଣା ଘଟିଛି । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସ୍ଥାନୀୟ ଅଂଚଳର ଲୋକେ ସାଭରକୁଣ୍ଡଲା ସରକାରୀ ହସ୍ପିଟାଲ ପହଂଚାଇଛନ୍ତି । ସେଠରେ ଏବେ ୪ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି । ସ୍ଥାନୀୟ ପ୍ରଶାସନର କହିବା ଅନୁସାରେ ଟ୍ରକ ଚାଳକ ନିଜ ଗାଡ଼ିର ଷ୍ଟିୟରିଙ୍ଗ ଚକ ଉପରେ ନିଜର ନିୟନ୍ତ୍ରଣ ହରାଇଥିଲେ । ଏହି କାରଣରୁ ବଡ଼ଧରଣର ଦୁର୍ଘଟଣା ଘଟିଥିଲା । ଘଟଣା ସଂପର୍କରେ ସୂଚନା ମିଳିପା ପରେ ୮ର ଟିମ ଆହତଙ୍କୁ ଉଦ୍ଧାର କରିଥିଲେ

Leave A Reply

Your email address will not be published.