ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମୁଦ୍ର ସୁରକ୍ଷା ଉପରେ ‘ୟୁଏନ୍‌ଏସ୍‌ସି’ର ଓପନ ବିତର୍କରେ କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ, ଅଗଷ୍ଟ ୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ସମୁଦ୍ର ସୁରକ୍ଷା ଉପରେ ଏକ ଓପନ ବିତର୍କର ଡିଜିଟାଲ ମାଧ୍ୟମରେ ଅଧ୍ୟକ୍ଷତା କରିବେ । ସନ୍ଧ୍ୟା ସାଢ଼େ ୫ଟାରେ ଆରମ୍ଭ ହେବାକୁ ଥିବା ଏହି ବିତର୍କର ବିଷୟ ‘ସମୁଦ୍ର ସୁରକ୍ଷା ବଢ଼ାଇବା-ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷାର ଯତ୍ନ ପାଇଁ ଏକ ପ୍ରସଙ୍ଗ’ ହେବ ।  ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ରବିବାର ଜାରି ଏକ ବୟାନରେ କୁହାଯାଇଛି ଯେ, ବିତର୍କରେ ୟୁଏନଏସସିର ସଦସ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷ ଏବଂ ସେଠାକାର ସରକାର ସାମିଲ ହେବାର ଆଶଙ୍କା ରହିଛି । ଏଥିରେ ସଂଯୁକ୍ତ ରାଷ୍ଟ୍ରର ଅଧିକାରୀ ଏବଂ ପ୍ରମୁଖ ଆଂଚଳିକ ସଂଗଠନ ମଧ୍ୟ ଯୋଗଦେବାର ଆଶଙ୍କା ରହିଛି । 

Leave A Reply

Your email address will not be published.