ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି ନେପାଳ

କାଠମାଣ୍ଡୁ, ଅଗଷ୍ଟ ୦୯ : ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଭାରତ ସହିତ ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟାରେ ଜାରି କରିଥିବା ୧୪ ପୃଷ୍ଠା ବିଶିଷ୍ଟ ‘ନ୍ୟୁନତମ ଅଂଶିଦାର କାର୍ଯ୍ୟକ୍ରମ’ରେ ସନ୍ତୁଳିତ ବିଦେଶ ନୀତି ସଂପର୍କରେ କୁହାଯାଇଛି । କେପି ଶର୍ମା ଓଲିଙ୍କ ପୂର୍ବ ସରକାର ଚୀନର ଇସାରାରେ ପରିଚାଳିତ ହେଉଥିଲା । ଭାରତ ସହିତ ସୀମା ବିବାଦକୁ ପ୍ରସଙ୍ଗ କରୁଥିଲା ।  ନେପାଳର ୫ଟି ଦଳର ମେଣ୍ଟ ସରକାର ଅନୁସାରେ ଭାରତ ସହିତ ସୀମା ବିବାଦକୁ କୁଟନୈତିକ ହସ୍ତକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ । ନ୍ୟୁନତମ ଅଂଶୀଦାର କାର୍ଯ୍ୟକ୍ରମ ନେପାର ମେଣ୍ଟ ସରକାର ଦ୍ୱାରା ଅଣାଯାଇଥିବା ଏକ ପ୍ରଥା । ଏହା ସାଧାରଣତଃ ମେଣ୍ଟ ସରକାରର ଅତିକମରେ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ରୂପରେଖା ପ୍ରସ୍ତୁତ କରିଥାଏ । ନେପାଳୀ କଂଗ୍ରେସର ନେତା ଏବଂ ସିଏମପିର ସମନ୍ୱୟକ ପୂର୍ଣ୍ଣା ଖଡ଼କା ଏକ କାର୍ଯ୍ୟକ୍ରମରେ ୧୪ ପୃଷ୍ଠାର ଏହ ପ୍ରସ୍ତାବ ଜାରି କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା, ସିପିଏନ ଅଧ୍ୟକ୍ଷ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ), ଜନତା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଉପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ ।  ନେପାଳ କଂଗ୍ରେସ ନେତା ଖଡ଼ାକ କହିଛନ୍ତି ଯେ, ସରକାରଙ୍କ ପ୍ରାଥମିକତା ଲିମ୍ପିୟାଧୁରା, କଳାପାଣି ଓ ଲିପୁଲେଖ ସହିତ ପଡୋଶୀ ଦେଶ ସହିତ ସୀମା ବିବାଦ ପ୍ରସଙ୍ଗକୁ କୁଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ କରିବା । ସରକାର ପଡୋଶୀ ଦେଶ ସହିତ ସଂପର୍କ ସୁଦଢ କରିବାକୁ କେନ୍ଦ୍ରିତ କରିବେ । ଅନ୍ତର୍ଜାତୀୟ ସୀାମ ଛକ ବ୍ୟତୀତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବେ । ଏହା ଦ୍ୱାରା ବେଆଇନ ଚାଲାଣକୁ ରୋକାଯାଇପାରିବ । 

Leave A Reply

Your email address will not be published.