କ୍ୱେଟା ସହରରେ ଆତ୍ମଘାତୀ ବିସ୍ଫୋରଣରେ ୨ ପୋଲିସ କର୍ମୀ ମୃତ, ୮ ଗୁରୁତର

ଇସଲାମାବାଦ, ଅଗଷ୍ଟ ୦୯ : ପାକିସ୍ତାନର କ୍ୱେଟା ସହରରେ ରବିବାର ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । ସହରର ଏକ ବିଳାସମୟ ହୋଟୋଲ ନିକଟରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଲୋକ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ବୋମାଗୁଡ଼ିକ ଏକ ମୋଟର ବାଇକରେ ଖଂଜା ଯାଇଥିଲା । ବାଲୋଚିସ୍ତାନ ସରକାରଙ୍କ ମୁଖପାତ୍ର ଲିୟାକତ ଶାୱାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିସ୍ଫୋରଣରେ ୨ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଲୋକ ଗୁରୁତର ଅଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ତାଞ୍ଜିମ ଛକର ସେରେନା ହୋଟେଲ ପାଖରେ ଥିବା ଏକ ପୋଲିସ ମୋବାଇଲ ଭ୍ୟାନକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା ବୋଲି ଅନୁମାନ କରାଯାଉଛି । ତେବେ ଘଟଣା ପରେ ଏହି ଅଂଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଆହତମାନଙ୍କୁ ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜରେ ପୋଲିସ କର୍ମଚାରୀ କହିଛନ୍ତି । ଏହି ଘଟଣା ସହିତ କୌଣସି ଆତଙ୍କବାଦୀ ସଂଗଠନ ଜଡ଼ିତ ଥିବା ସ୍ୱୀକାର କରିନାହାନ୍ତି । 

Leave A Reply

Your email address will not be published.