ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଆଜି ଭାରତ ଫେରିବେ

ନୂଆଦିଲ୍ଲୀ, ଅଗଷ୍ଟ ୦୯ ଭାରତର ଷ୍ଟାର ଆଥେଲିଟ୍ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଇତିହାସ ରଚିଛନ୍ତି । ସେ ଜାଭେଲିନ ଥ୍ରୋ ଫାଇନାଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନୀରଜ ୮୭.୫୮ ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଏବେ ନୀରଜଙ୍କ ଜାପାନରୁ ଫେରିବାର ସମୟ ଆସିଛି । ଆଜି ନୀଜର ସ୍ୱଦେଶ ଫେରୁଛନ୍ତି । ତାଙ୍କର ଘରେ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।  ଭାରତକୁ ୧୩ ବର୍ଷ ପରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଦେଇଥିବା ନୀରଜ ଚୋପ୍ରାଙ୍କ ଭାରତ ଫେରିବା ଅବସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ନୀରଜ ସୋମବାର ସନ୍ଧ୍ୟାରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସେ ଦିଲ୍ଲୀ କ୍ୟାଣ୍ଟ ଅଂଚଳରେ ଥିବା ରାଜରୀଫ ସ୍ପୋର୍ଟସ ସେଣ୍ଟର ଯିବେ । ଏଠାରେ ଏକ ବଡ଼ କାର୍ଯ୍ୟକ୍ରମ ସହିତ ତାଙ୍କୁ ସ୍ୱାଗତ କରାଯିବ ।  ନୀରଜ ଚୋପ୍ରାଙ୍କ ଶନିବାର ସ୍ୱର୍ଣ୍ଣ ପଦକ ଜିତିବା ପରେ ପାନୀପଥ ଜିଲ୍ଲାର ଥିବା ତାଙ୍କର ଗାଁ ଖାନ୍ଦ୍ରାରେ ଉତ୍ସାବର ମାହୋଲ ଦେଖାଯାଇଛି । ଏଠାରେ ଗାଁର ବୃଦ୍ଧାମାନେ ମଧ୍ୟ ନାଚିଛନ୍ତି । ନୀରଜ ଚୋପ୍ରାଙ୍କ ପିତା ସତୀଶ ଚୋପ୍ରା ମଧ୍ୟ ପୁଅର ସଫଳତାରେ ପରିବାରର ବଡ଼ ଭୂମିକା ରହିଛି ବୋଲି କହିଛନ୍ତି । ପୁଅର କ୍ରୀଡ଼ା ଗତିବିଧି ପାଇଁ ସେ ବହୁ ଉଦ୍ୟମ ଏବଂ ପରିଶ୍ରମ କରିଥିଲେ । ଗୃହମନ୍ତ୍ରୀ ଅନିଲ ଭିଜ ଖଣ୍ଡରା ଗାଁରେ ନୀରଜ ଚୋପ୍ରାଙ୍କ ଘରକୁ ପହଂଚି ତାଙ୍କର ମାତା-ପିତାଙ୍କୁ ପୁଷ୍ପମାଳ ଦେଇ ଏବଂ ପଗଡ଼ି ପିନ୍ଧାଇ ସ୍ୱାଗତ କରିଥିଲେ । ଅନିଲ ଭିଜ ନୀରଜଙ୍କ ପିତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ସେ କହିଥିଲେ ଏହା ଆରମ୍ଭ । ଆଗାମୀ ଦିନରେ ହରିୟାଣାର ଖେଳାଳି ଦେଶ ପାଇଁ ଅଧିକ ସ୍ୱର୍ଣ୍ଣ ପଦକ ଆଣିବେ । 

Leave A Reply

Your email address will not be published.