୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ କରାଚୀ ବନ୍ଦରରେ ବୋମାମାଡ଼ କରିଥିବା ନାୟକଙ୍କ ଦେହାନ୍ତ

ଚେନ୍ନାଇ, ଅଗଷ୍ଟ ୧୦ : ବର୍ଷ ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ନାୟକ କୋମୋଡୋର କାସରଗୋଡ ପଟନାଶେଟ୍ଟୀ ଗୋପାଳ ରାଓଙ୍କ ଏଠାରେ ରବିବାର ପରଲୋକ ହୋଇଯାଇଛି । ପ୍ରତିରକ୍ଷା ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । କୁହାଯାଇଥାଏ ଯେ, ଯୁଦ୍ଧରେ ରାଓ ୨ ‘ଡେଷ୍ଟ୍ରାୟର’ ଯୁଦ୍ଧପୋତ ଏବଂ ଏକ ‘ମାଇସ୍ୱୀପର’କୁ ବୁଡ଼ାଇ ଦେଇଥିଲେ । ଏହା ପରେ କମାଣ୍ଡର ରାଓଙ୍କ ଦଳ କରାଚୀ ବନ୍ଦରରେ ତେଲଟ୍ୟାଙ୍କର ଉପରେ ବୋମାମାଡ଼ କରିଥିଲେ । ସେ ମହାବୀର ଚକ୍ର ଏବଂ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହୋଇଥିଲେ । କୋମୋଡୋର କାସରଗୋଡ଼ ପଟନାଶେଟ୍ଟୀ ଗୋପାଳ ରାଓ ମୃତ୍ୟୁ ବେଳକୁ ୯୪ ବର୍ଷର ଥିଲେ । ସେ ମହାବୀର ଚକ୍ର ଏବଂ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହୋଇଥିଲେ । ସେ ବୟସ ବୃଦ୍ଧିଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କ ପରିବାରରେ ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସେ ପାକିସ୍ତାନର ନିୟନ୍ତ୍ରଣରୁ ପୂର୍ବ ପାକିସ୍ତାନକୁ ସ୍ୱାଧୀନ ଦେବାରେ  ମୁଖ୍ୟ ଭୂମିକା ନିଭାଇଥିଲେ, ଯାହାକୁ ଆଜି ବାଂଲାଦେଶ ନାମରେ ଜଣାଯାଉଛି । 

Leave A Reply

Your email address will not be published.