ପାକିସ୍ତାନରେ ୮ ବର୍ଷ ବୟସର ଶିଶୁକୁ ହୋଇପାରେ ଫାଶୀ

ଇସଲାମାବାଦ, ଅଗଷ୍ଟ ୧୦ : ପାକିସ୍ତାନରେ ସଂଖ୍ୟାଲଘୁ ବର୍ଗର ଜଣେ ୮ ବର୍ଷ ବୟସର ନାବାଳକକୁ ମୃତ୍ୟୁ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିପାରେ । ନାବାଳକର ବିରୋଧରେ ନିନ୍ଦା ଅଭିଯୋଗରେ ମାମଲା ରୁଜୁ ହୋଇଛି, ଯେଉଁଥିରେ କି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ନିନ୍ଦା ଅଭିଯୋଗରେ କୌଣସି ଶିଶୁଙ୍କୁ ନେଇ ମୋକଦ୍ଦମା ହୋଇପାରିବ । କିଛି ଦିନ ପୂର୍ବରୁ ଏହି ବାଳକକୁ କୋର୍ଟ ଜାମିନ ଦେଇଥିଲେ । ଏହାକୁ ବିରୋଧ କରି ପଂଜାବ ରାଜ୍ୟର ରହୀମ ୟାର ଖାନ ଜିଲ୍ଲାରେ କଟ୍ଟରପନ୍ଥୀମାନେ ସଂଖ୍ୟାଲଘୁଙ୍କ ମନ୍ଦିର ଉପରେ ଆକ୍ରମଣ କରିଥିଲେ ।  ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗଣେଶ ମନ୍ଦିରରେ ଆକ୍ରମଣ ପରେ ସଂଖ୍ୟାଲଘୁ ମାନଙ୍କ ମନରେ କଷ୍ଟ ହୋଇଛି । ଏହି ଅଂଚଳରେ ପ୍ରାୟ ୧ ସପ୍ତାହ ହେବ ଉତ୍ତେଜନା ଲାଗି ରହିଛି । ବ୍ୟାପକ ପୋଲିସ ମୁତୟନ କରାଯିବା ସହିତ ୫୦ ଜଣଙ୍କୁ ଗିରଫ କରାଯାଇଛି । ୧୫୦ ଜଣଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି । ଜାମିନରେ ଆସିଥିବା ୮ ବର୍ଷ ବୟସର ବାଳକର ନାମକୁ ପୋଲିସ ଗୋପନ ରଖିଛି । ଅଭିଯୋଗ ଅନୁସାରେ ବାଳକ ଜଣକ ଏକ ମଦରାସାରେ ଥିବା ପାଠାଗାରରେ ପରିସ୍ରା କରିଦେଇଥିଲା । ଏହା ପରେ ବାଳକକୁ ଗିରଫ କରାଯାଇଥିଲା । ବାଳକକୁ ଏକ ସପ୍ତାହ ପର୍ଯ୍ୟନ୍ତ ଜେଲରେ ରଖାଯିବା ପରେ ଜାମିନ ମିଳିଥିଲା । କିନ୍ତୁ ବାଳକ ଯେତେବେଳେ ଜାମିନରେ ଆସିଛି, କଟ୍ଟରପନ୍ଥୀମାନେ ଏହାକୁ ବିରୋଧ କରିଛନ୍ତି । 

Leave A Reply

Your email address will not be published.