ହିମାଚଳ ଭୂସ୍ଖଳନ ଘଟଣା: ପୁଣି ଏକ ମୃତଦେହ ଉଦ୍ଧାର

ଶିମଲା, ଅଗଷ୍ଟ ୧୨ : ହିମାଳଚ ପ୍ରଦେଶର କିନ୍ନୋରରେ ବୁଧବାର ହୋଇଥିଲା ଭୂସ୍ଖଳନ ଘଟଣାରେ ପୁଣି ଏକ ମୃତଦେହ ଉଦ୍ଧାର ହୋଇଛି । ଇଣ୍ଡୋ-ତିବତୀୟ ବୋର୍ଡର ପୋଲିସ (ଆଇଟିବିପି)ର କର୍ମଚାରୀମାନେ ଏହି ମୃତଦେହ ଉଦ୍ଧାର କରିଛନ୍ତି । ଏଥି ସହିତ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଂଚିଛି । ତେବେ ଦୁର୍ଘଟଣା ପରେ ୧୩ ଜଣଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ହିମାଳଚ ରାଜ୍ୟ ପରିବହନ ନିଗମ (ଏଚଆରଟିସି)ର ବସ ଏପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ । ଆଜି ଉଦ୍ଧାର କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ । ସୂଚନା ଅନୁସାରେ ହିମାଚଳର ରେକଙ୍ଗ ପିଓରୁ ବସଟି ଉତ୍ତରାଖଣ୍ଡର ହରିଦ୍ୱାର ଅଭିମୁଖେ ଯାଉଥିଲା । ବସରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ । ରେସ୍କ୍ୟୁ ଅପରେଶନରେ ନିୟୋଜିତ ଥିବା ଆଇଟିବିପି ଯବାନ ଟିମଙ୍କ କହିବା ଅନୁସାରେ କିନ୍ନୋରରେ ପୂର୍ବାହ୍ନ ସାଢ଼େ ୧୧ଟାରେ ଭୂସ୍ଖଳନ ସ୍ଥାନରେ ସଡ଼କ ସଫା କରାଯିବା ପରେ କୌଣସି ଖବର ମିଳିପାରି ନାହିଁ । ଆଇଟିବିପିର ଟିମ ବସ୍‌କୁ ଖୋଜିବାରେ ଲାଗିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରି ନାହିଁ । ତେଣୁ ବସ ଠାବ ହେବା ପରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ । 

Leave A Reply

Your email address will not be published.