ଆମେରିକାରେ ଚିନ୍ତା ବଢ଼ାଇଲା କରୋନା ଭାଇରସ

ୱାଶିଂଟନ୍‌, ଅଗଷ୍ଟ ୧୨ : ଆମେରିକାବାସୀଙ୍କ କରୋନା ଭାଇରସ ଚିନ୍ତା ବଢ଼ାଇଛି । ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥତା ହାର ହ୍ରାସ ପାଉଛି । ଦିନକୁ ଦିନ ଗୁରୁତର ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଦେଶର ସ୍ଥିତି ଉଦବେଗଜନକ ସ୍ଥିତିରେ ପହଂଚିଛି । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୮ ହଜାର ୯୫୦ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩୧ ହଜାର ୨୯୬ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । କିନ୍ତୁ ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ଅଛି । ୨୪ ଘଣ୍ଟା ମଧ୍ୟରେ ୫୪୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୭୦ ଲକ୍ଷ ୧୬ ହଜାର ୪୯୪କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୩୫ ହଜାର ୫୫୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୯ ଲକ୍ଷ ୯୯ ହଜାର ୬୮୭ ଲୋକ ସୁସ୍ଥ ହୋଇଥିବା ବେଳେ ୬୩ ଲକ୍ଷ ୮୧ ହଜାର ୨୫୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୮୭୩ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.