ଆଫଗାନିସ୍ତାନରେ ତାଲିବାନର ପ୍ରାଦୂର୍ଭାବ

କାବୁଲ, ଅଗଷ୍ଟ ୧୩ : ଆଫଗାନିସ୍ତାନରେ ତାଲିବାନର ପ୍ରାଦୂର୍ଭାବ ପୁଣି ଥରେ ବଢ଼ିବାରେ ଲାଗିଛି । ଏବେ ତାଲିବାନ ଦାବି କରିଛି ଯେ, ଆଫଗାନିସ୍ତାନର ୨ୟ ସର୍ବବୃହତ୍ତ ସହର କାନ୍ଦାହାର ଉପରେ ନିଜର ଆଧିପତ୍ୟ ବିସ୍ତାର କରିଛି । ଯଦିଏ ଏହା ହୋଇଥାଏ, ତା’ହେଲେ ଆଫଗାନିସ୍ତାନର ସରକାରଙ୍କ ହାତରେ କେବଳ ରାଜଧାନୀ କାବୁଲ ଏବଂ କିଛି ଅନ୍ୟ ଛୋଟ-ମୋଟ ଅଂଚଳ ରହିବ । ଜଣେ ସ୍ଥାନୀୟ ଲୋକଙ୍କ ଦାବି ଆଧାରରେ ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ, ତାଲିବାନର ଜଣେ ପ୍ରବକ୍ତା କୌଣସି ଏକ ସରକାରୀ ଆକାଉଣ୍ଟରେ ଟୁଇଟ କରିଛନ୍ତି ଯେ, କାନ୍ଦାହାରକୁ ସଂପୂର୍ଣ୍ଣ ଭାବେ ବିଜୟ କରାଯାଇଛି । ମୁଜାହିଦୀନ ସହରରେ ସହିତ ଛକରେ ପହଂଚିଛି । ତାଲିବାନ ଏକ ସପ୍ତାହରେ ଆଫଗାନିସ୍ତାନର ୩୪ଟି ଆଂଚଳିକ ରାଜଧାନୀ ମଧ୍ୟରୁ ୧୧ଟି ନିଜର ନିୟନ୍ତ୍ରିଣ ପ୍ରତିଷ୍ଠା କରିନେଇଛି । ତାଲିବାନର ଆତଙ୍କବାଦୀମାନେ ପାଖାପାଖି ୧୫୦ କିମି ଦୂରରେ ଥିବା ଗଜନୀ ଏବଂ ଇରାନ ସୀମା ନିକଟସ୍ଥ ହେରାତ ଉପରେ ପୂର୍ବରୁ ହିଁ କବ୍‌ଜା କରିସାରିଛି । କୁହାଯାଉଛି ଯେ, ଆତଙ୍କବାଦୀମାନେ ଯେକୌଣସି ସମୟରେ କାବୁଲ ଉପରେ ଆକ୍ରମଣ କରିପାରନ୍ତି । ଆଫଗାନିସ୍ତାର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଅଶରଫ ଗନୀ ସରକାର ପତ୍ତନ ହୋଇଯିବ ଭଳି ଆଶା କରାଯାଉଛି । ଆମେରିକା ସେନା ମଧ୍ୟ ଆଶା କରୁଛି ଯେ, ତାଲିବାନ ଆତଙ୍କବାଦୀମାନେ ୩୦ରୁ ୯୦ ଦିନ ଭିତରେ କାବୁଲ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରନ୍ତି । 

Leave A Reply

Your email address will not be published.