ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ମାରିଲା ଚଡକ

ଭଦ୍ରକ, ଅଗଷ୍ଟ ୧୩ ଭଦ୍ରକ ଜିଲା ବନ୍ତରେ ଅଘଟଣ । ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ହେଲା ବଜ୍ରପାତ । ଜୀବନ ହାରିଲେ ଯୁବକ । ସୁଚନା ଅନୁସାରେ, ମୃତ ଯୁବକ ହେଲେ ତୋଡ ଗାଁର ରାକେଶ ଦାସ । ବିଲରୁ କାମ ସାରି ଗୁରୁବାର ଅପରାହ୍ନରେ ଫେରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ତେବେ ସ୍ଥାନିୟ ବାସିନ୍ଦା ଓ ପରିବାର ଲୋକ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l

Leave A Reply

Your email address will not be published.