ଉତ୍ତର ପ୍ରଦେଶରେ ବନ୍ୟା

ବାରାଣସୀ, ଅଗଷ୍ଟ ୧୩ : ଉତ୍ତର ପ୍ରଦେଶରେ ବନ୍ୟାର ପ୍ରକୋପ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଡଙ୍ଗାରେ ବସି ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ପରେ ଅଧିକାରୀଙ୍କୁ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟରେ ରାଜ୍ୟରେ ବନ୍ୟାର ପ୍ରଭାବ ବଢ଼ିବାରେ ଲାଗିଛି । ବନ୍ୟା ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଗୁରୁବାର ଯୋଗୀ ଏରିୟଲ ସର୍ଭେ କରିଛନ୍ତି ।  ବାରାଣସୀରେ ବନ୍ୟା ଯୋଗୁଁ ବିପର୍ଯ୍ୟୟ ସ୍ଥିତି ପହଂଚିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଦିନିକିଆ ଗସ୍ତରେ ବାରାଣସୀ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଙ୍ଗା ଓ ବରୁଣ ନଦୀରେ ଆସିଥିବା ବନ୍ୟାଜଳ ଉପରେ ଅବଗତ ହୋଇଥିଲେ । ପ୍ରଭାବିତ ଅଂଚଳରେ ମୁଖ୍ୟମନ୍ତ୍ରୀ ଏନଡିଆରଏଫର ଡଙ୍ଗାରେ ଯାତ୍ରା କରିଥିଲେ । ସେଠାରେ ସେ ବନ୍ୟା ପ୍ରଭାବିତ ଲୋକଙ୍କ ସହିତ କଥା ହୋଇଥିଲେ । ବନ୍ୟା ସମୟରେ କରୋନା ସଂକ୍ରମଣ ଯେଭଳି ନବ୍ୟାପିବ, ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ସେ ଅଧିକାରୀମାନଙ୍କୁ ସ୍ଥିତି ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । 

Leave A Reply

Your email address will not be published.