ଆମେରିକାରେ ୩.୭୧ କୋଟି ଆକ୍ରାନ୍ତ, ୬.୩୫ ଲକ୍ଷ ମୃତ

ୱାଶିଂଟନ୍‌, ଅଗଷ୍ଟ ୧୩ : କରୋନା ଭାଇରସ ସଂକ୍ରମଣ ଆମେରିକାରେ କାୟା ବିସ୍ତାର କରିଛି । ଦିନକୁ ଦିନ ଆମେରିକାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକେ ସଂକ୍ରମଣରୁ ଯେତିକି ପରିମାଣରେ ସୁସ୍ଥ ହେଉଛନ୍ତି, ତା’ଠାରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି । ତେଣୁ ଲୋକଙ୍କର ଚିନ୍ତା ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ବଢ଼ିବା ଏବଂ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥତା ହାର ହ୍ରାସ ପାଉବା ଯୋଗୁଁ ସରକାର ଏବଂ ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି । ଦିନକୁ ଦିନ ଗୁରୁତର ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଦେଶର ସ୍ଥିତି ଉଦବେଗଜନକ ସ୍ଥିତିରେ ପହଂଚିଛି । ଏହାରି ମଧ୍ୟରେ ଦେଶରେ ପୁଣି ୧ ଲକ୍ଷ ୧୯ ହଜାର ୨୯୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୮୯ ଜଣଙ୍କର ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୩୭୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୭୧ ଲକ୍ଷ ୮୨ ହଜାର ୨୩୦କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୩୫ ହଜାର ୯୩୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩ କୋଟି ୯୩ ହଜାର ୪୩୭ ଲୋକ ସୁସ୍ଥ ହୋଇଥିବା ବେଳେ ୬୪ ଲକ୍ଷ ୫୨ ହଜାର ୮୫୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୭ ହଜାର ୨୫୯ ଜଣ ଗୁରୁତର ଅଛନ୍ତି । ଆମେରିକାରେ ୨୪ ଘଣ୍ଟା ପୂର୍ବରୁ ୧ ଲକ୍ଷ ୮ ହଜାର ୯୫୦ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ସମୟ ମଧ୍ୟରେ ୩୧ ହଜାର ୨୯୬ ଜଣ ଲୋକ କରୋନାରୁ ସୁସ୍ଥ ହୋଇଥିଲେ । କିନ୍ତୁ ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ଅଛି । ୨୪ ଘଣ୍ଟା ପୂର୍ବରୁ ୫୪୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।  

Leave A Reply

Your email address will not be published.