ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୬ ଜଣ ହାର୍ଡକୋର ମାଓବାଦୀ

ବିଶାଖାପାଟଣା, ଅଗଷ୍ଟ ୧୩ : ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ ହାର୍ଡକୋର ମାଓବାଦୀ । ଆଦିବାସୀ ଲୋକ ମାଓବାଦୀଙ୍କୁ ସମର୍ଥନ କରୁନଥିବା ବେଳେ ସୁରକ୍ଷା କର୍ମୀଙ୍କ କବଳରୁ ବର୍ତ୍ତିବା ମାଓବାଦୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଜୀବନ ବଞ୍ଚାଇବା ଲାଗି ଏମାନେ ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କହିଛନ୍ତି ଆନ୍ଧ୍ର ଡିଜିପି ।ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ଡିସିଏମ ଚିକୁଡୁ ଚିନ୍ନା ରାଓ ଓରଫ ସୁଧିର ଏବଂ ଏ.ସି.ଏମ ଭନଥଲା ବେଣୁ ଓରଫ ସାଲୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରୁ ହୋଇଥିବା ବେଳେ, ମାଡକାମ ସମିଦି, ମାଡକାମ ମଙ୍ଗଳୁ ଓ ସୋଡି ଭିମା ଛତିଶଗଡ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି । ଏମାନେ ସମସ୍ତେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବୋଲି ଜଣାପଡିଛି ।

Leave A Reply

Your email address will not be published.