ବ୍ରିଟେନ୍‌ର ପ୍ଲେମାଉଥରେ ଦୁର୍ବୃତ୍ତର ଗୁଳିମାଡ଼, ୩ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ

ଇଂଲଣ୍ଡ, ଅଗଷ୍ଟ ୧୩ : ଦକ୍ଷିଣ-ପଶ୍ଚିମ ଇଂଲଣ୍ଡର ପ୍ଲେମାଉଥ ସହରରେ ଗୁରୁବାର ଆତତାୟୀମାନେ ସାର୍ବଜନୀକ ସ୍ଥଳରେ ଗୁଳିମାଡ଼ କରିଛନ୍ତି । ଏଥିରେ ୩ଜଣ ମହିଳାଙ୍କର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର କାର୍ଯ୍ୟାନୁଷ୍ଠାନରେ ସନ୍ଦିଗ୍ଧ ବ୍ୟକ୍ତି ନିହତ ହୋଇଛି । ଏହି ଗୁଳିମାଡ଼ ଘଟଣାରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି । ଏହି ଗୁଳିମାଡ଼ ଘଟଣାକୁ ବ୍ରିଟିଶ ଗୃହ ସଚିବ ବଡ଼ ଆଘାତ ବୋଲି କହିଛନ୍ତି । ଆତତାୟୀର ଗୁଳିମାଡ଼ରେ ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଜଣେ ମହିଳା ଗୁରୁତର ହୋଇଥିଲେ ଡେଭୋନ ଓ କର୍ଣ୍ଣୱାଲ ପୋଲିସ କହିଛି ଯେ, ଗୁଳିମାଡ଼ର ଶିକାର ହୋଇଥିବା ମହିଳା ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତେବେ ଏହି ଅଭାବନୀୟ ଘଟଣା ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରିତ କରିପାରିଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି ବୋଲି ପୋଲିସ କହିଛି । 

Leave A Reply

Your email address will not be published.