ଭାରତରେ କରୋନା: ୨୪ ଘଣ୍ଟା ମଧ୍ୟରେ ୪୦,୦୭୮ ସଂକ୍ରମିତ

ନୂଆଦିଲ୍ଲୀ, ଅଗଷ୍ଟ ୧୩ : ଦେଶରେ କରୋନା ଭାଇରସ ସଂକ୍ରମଣର ୨ୟ ଲହର ନିୟନ୍ତ୍ରିତ ହୋଇପାରୁ ନାହିଁ । ଆକ୍ରାନ୍ତ ଓ ସୁସ୍ଥଙ୍କ ସଂଖ୍ୟାରେ ପ୍ରାୟ ସମନ୍ତରାଳ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪୧ ହଜାର ୭୦୯ ଲୋକ ସୁସ୍ଥ ହୋଇଥିବା ବେଳେ ୫୮୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ୨୪ ଘଣ୍ଟା ପୂର୍ବରୁ ୪୩ ହଜାର ୬୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ୫୧୯ ଜଣଙ୍କର ମୃତ୍ୟୁ ହୋଇଥିଲା ।   କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୨ ହଜାର ୪୪୯କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ୧୭ ହଜାର ୫୨ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୦ ହଜାର ୨୮୫କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ । 

Leave A Reply

Your email address will not be published.