ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

ପାରଳାଖେମୁଣ୍ଡି, ଅଗଷ୍ଟ ୧୪ : ପାରଳାଖେମୁଣ୍ଡି ବନ ଅଧିକାରୀ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ କୁ ମାସେ ପୁରିଛି ତଥାପି ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠାଇ ପାରିନି ଗଜପତି ପୋଲିସ୍ । ଉାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସିବା ସହିତ ସୌମ୍ୟଙ୍କ ପରିବାର ଲୋକ କିଛି ଲୋକଙ୍କ ନାମରେ ସିଧାସଳଖ ଅଭିଯୋଗ ଆଣିବା ପରେ ବି ଏହି ମାମଲାରେ ପୂର୍ଣ୍ଣଛେଦ ପଡିପାରିନି । ଆଜି ଏହି ମାମଲା ଆଉ ଏକ ନୂଆ ମୋଡ ନେଇଛି । ଏସସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ରାଜ୍ୟ କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏଣିକି ଏହି ମାମଲାର ତଦନ୍ତ କରିବ ରାଜ୍ୟ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ଜଣା ପଡିଛି । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ପୁରା ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଥିବା ବେଳେ ପୂର୍ବରୁ ସୌମ୍ୟଙ୍କ ପରିବାର ଲୋକ କ୍ରାଇମବ୍ରାଞ୍ଚ ଓ ଗଜପତି ପୋଲଇସ୍ ର ତଦନ୍ତ ପ୍ରକ୍ରିୟା ଉପରୁ ଆସ୍ଥା ହରାଇ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଥିଲେ ।

Leave A Reply

Your email address will not be published.