ନାକରେ ଦିଆଯାଇପାରିବ କରୋନା ଟିକା

ନୂଆଦିଲ୍ଲୀ, ଅଗଷ୍ଟ ୧୪ : କରୋନା ଭାଇରସରୁ ମୁକ୍ତି ମିଳିବା ପାଇଁ ଭାରତକୁ ଖୁବଶୀଘ୍ର ଆଉ ଏକ ଟିକା ମିଳିବାକୁ ଯାଉଛି । ଏହି ଟିକା ନାକରେ ଡ୍ରପ ମାଧ୍ୟମରେ ଦିଆଯାଇ ପାରିବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଟିକା ଭାରତ ବାୟୋଟେକ ଦ୍ୱାରା ବିକଶିତ କରାଯାଉଛି । କଂପାନୀକୁ ଏହି ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଂଜୁରି ମିଳିଯାଇଛି । କ୍ଲିନିକାଲ ପରୀକ୍ଷା ଲାଗି ନିୟାମକର ମଂଜୁରୀ ମିଳିଯାଇଛି । ଜୈବପ୍ରଯୁକ୍ତି ବିଭାଗ କହିଛି ଯେ, ଏହି ଔଷଧର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୧୮ରୁ  ୬୦ ବର୍ଷ ବୟସ ବର୍ଗଙ୍କୁ ନେଇ କରାଯାଇଥିଲା, ଯାହାକି ସଂପୂର୍ଣ୍ଣ ଭାବେ ସଫଳ ହୋଇଥିଲା । ବିଭାଗ ପକ୍ଷରୁ କୁହାଯାଇଛି ଯେ, ନାକ ମାଧ୍ୟମରେ ଦିଆଯାଉଥିବା ଭାରତ ବାୟୋଟେକର ଏହା ପ୍ରଥ ନେଜଲ ଟିକା, ଯାହାକୁ କି ୨ୟ ପର୍ଯ୍ୟାୟର ପରୀକ୍ଷା ପାଇଁ ନିୟାମକର ମଂଜୁରି ମିଳିଯାଇଛି । ଡିବିଟି ଏକ ବୟାନରେ କହିଥିଲା ଯେ, କଂପାନୀକୁ ୨ୟ ଏବଂ ୩ୟ ପର୍ଯ୍ୟାୟର ପରୀକ୍ଷା ଲାଗି ମଂଜୁରୀ ମିଳିଯାଇଛି । ଏହା ଏହି ପ୍ରକାରର କରୋନାର ପ୍ରଥମ ଟିକା, ଯାହାକୁକି ଭାରତରେ ମନୁଷ୍ୟଙ୍କ ଉପରେ ପରୀକ୍ଷା କରାଯିବ । କଂପାନୀ ଏହାରର ଟେକନିକ ସେଣ୍ଟ ଲୁଇସସ୍ଥିତ ୱାଶିଂଟନ ୟୁନିଭରର୍ସିଟିରୁ ହାସଲ କରିଛି । 

Leave A Reply

Your email address will not be published.