ରାଜ୍ୟରେ ପୁଣି ଉପରମୁହାଁ କରୋନା ଗ୍ରାଫ

ଭୁବନେଶ୍ୱର, ଅଗଷ୍ଟ ୧୪ : ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମିଆସୁଥିବା ବେଳେ ରାଜ୍ୟ ବାସୀ ସାମନ୍ୟ ଆସ୍ୱସ୍ଥ ହୋଇଥିଲେ ମାତ୍ର ଏବେ ପୁଣି ଉପରମୁହାଁ ହୋଇଛି ରାଜ୍ୟ କରୋନା ଗ୍ରାଫ । ଗତ ୩ ଦିନ ହେଲା ହଜାରେ ଉପରେ ରହିଛି ଦୈନିକ ସଂକ୍ରମଣର ଟ୍ରେଣ୍ଡ । ଆଜି ବି ୧୧ଶହ ଉପରେ ରହିଛି ମାମଲା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୬୫୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୭୫ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକରୁ ୧୯୭, ଅନୁଗୋଳରୁ ୨୫, ବାଲେଶ୍ୱରରୁ ୭୦, ବରଗଡ଼ ୧୦, ଭଦ୍ରକ୍ ୧୪, ବଲାଙ୍ଗୀର ୭, ବୌଦ୍ଧରୁ ୪, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୧, ଗଜପତିରୁ ୬, ଗଞ୍ଜାମରୁ ୨, ଜଗତସିଂହପୁରୁ ୪୨ ଟି କରୋନା କେସ୍ ସାମ୍ନାକୁ ଆସିଛି । ଅନ୍ୟପଟେ ଯାଯପୁରରୁ ୨୯, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦାପଡାରୁ ୨୭, କେନ୍ଦୁଘରରୁ ୧୫, କୋରାପୁଟରୁ ୩, ମାଲକାନାଗିରିରୁ ୧୦, ମୟୁରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୩୧,ପୁରୀରୁ ୨୨, ରାୟଗଡାରୁ ୭, ସମ୍ବଲପୁରରୁ ୧୫, ସୂବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୨୩ ଏବଂ ଷ୍ଟେଟପୁଲରୁ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ୧୧୩୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ଏବେ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ମାମଲା ୯୯୩୫୦୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.