ଅଗଷ୍ଟ ୧୫ ଦିନ ନୋଏଡାରୁ ଦିଲ୍ଲୀକୁ ବ୍ୟବସାୟିକ ଯାନବାହନ ପ୍ରବେଶ ନେଇ ରହିବ କଟକଣା

ନୂଆଦିଲ୍ଲୀ, ଅଗଷ୍ଟ ୧୪ : ରାତି ପାହିଲେ ଦେଶରେ ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ସ୍ୱାଧୀନତା ଦିବସ ପାଳନ ହେବ । ଏଥି ପାଇଁ ସବୁସ୍ଥାନରେ ପ୍ରସ୍ତୁତି ଜାରି ରହିଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ହୋଇଛନ୍ତି । ଦିଲ୍ଲୀ ପୋଲିସ ସୁରକ୍ଷା ଉପର କଡ଼ା ନଜର ରଖିଛି । ଟ୍ରାଫିକ ପୋଲିସ ଦିଲ୍ଲୀରେ ଗାଡ଼ିଗୁଡ଼ିକର ପ୍ରବେଶ ନେଇ ପରାମର୍ଶ ଜାରି କରିଛି । ଅଗଷ୍ଟ ୧୪ ତାରିଖ ରାତି ୧୧ଟାରୁ ନୋଏଡାରୁ ଦିଲ୍ଲୀରେ କୌଣସି ପ୍ରକାରରେ ମାଲବୁହା ଏବଂ ବ୍ୟବସାୟିକ ଯାନବାହନ ଚଳାଚଳ କରିପାରିବ ନାହିଁ । ଏଥି ସହିତ ଭାରୀ, ମଧ୍ୟମ ଏବଂ ହାଲୁକା ଆଦି ଯାନବାହନ ମଧ୍ୟ ଚଳାଚଳ ବନ୍ଦ ରହିବ ।  ଅଗଷ୍ଟ ୧୫ର କାର୍ଯ୍ୟକ୍ରମ ଶେଷ ହେବା ପରେ କଟକଣା କୋହଳ କରାଯିବ । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ଏହି ନିଷ୍ପତ୍ତି ନେଇଛି । ପୋଲିସ ରାସ୍ତାକୁ ନେଇ ମଧ୍ୟ ଗାଇଡଲାଇନ ଜାରି କରିଛି । ପୋଲିସ କହିବା ଅନୁସାରେ ଚିଲ୍ଲା ରେଡ ଲାଇଟ (ସୀମା) ଠାରୁ ଦିଲ୍ଲୀରେ ପ୍ରବେଶ କରି ଅନ୍ୟ ସ୍ଥାନକୁ ଯାଉଥିବା ଗାଡ଼ିକୁ ଚିଲ୍ଲାରେଡ ଲାଇଟରୁ ୟୁ-ଟର୍ଣ୍ଣ ନେଇ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସରୁ ପୂର୍ବ ଆଭ୍ୟନ୍ତରୀଣ ଏକ୍ସପ୍ରେସ-ୱେ ଦେଇ ଯିବାକ ପଡ଼ିବ । 

Leave A Reply

Your email address will not be published.