ବେଜୋସଙ୍କ ମହାକାଶ ଯାତ୍ରା ପରେ ଅନେକ ଗ୍ରାହକ ବାତିଲ କଲେ ଆମାଜନ୍ ପ୍ରାଇମ ମେମ୍ବରଶିପ

ନୂଆଦିଲ୍ଲୀ, ଅଗଷ୍ଟ ୧୪ : ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ମହାକାଶରେ ବୁଲିଛନ୍ତି । ଗତ ମାସରେ କିଛି ମିନିଟ ପାଇଁ ସେ ମହାକାଶକୁ ଯାଇଥିଲେ । ପୃଥିବୀ ପୃଷ୍ଠକୁ ପୁଣି ଥରେ ଫେରି ଆସିବା ପରେ ସେ ଆମାଜନର ଗ୍ରାହକଙ୍କୁ ପାଣ୍ଠି ଯୋଗାଇଥିବାରୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ, ଏହି ଧନ୍ୟବାଦ ଜଣାଇବା, ତାଙ୍କ ପାଇଁ କ୍ଷତି ପହଂଚାଇବ । ଆମାଜର ଅନେକ ଗ୍ରାହକ ଏବେ କହୁଛନ୍ତି ଯେ, ସେମାନେ ଜଣେ କୋଟିପତିଙ୍କ ବ୍ୟକ୍ତିଗତ ମହାକାଶ ଯାତ୍ରା ପାଇଁ ପାଣ୍ଠି ଯୋଗାଇବା ସପକ୍ଷରେ ନୁହଁନ୍ତି । କିଛି ଗ୍ରାହକଙ୍କ କହିବା ଅନୁସାରେ ବେଜୋସ ଯେଭଳି ଭାବରେ ମହାକାଶ ବୁଲି ନିଜକୁ ପ୍ରଦର୍ଶନ କରିଛନ୍ତି, ଏଥି ପାଇଁ ନିଜର ପ୍ରାଇମ ମେମ୍ବରଶିପକୁ ବାତିଲ କରିବାକୁ ପଡୁଛି । ବେଜୋସଙ୍କ ଜୁଲାଇ ୨୦ର ମହାକାଶ ଯାତ୍ରା ଏକ ଟେଷ୍ଟ ଲଂଚ ଥିଲା । ବେଜୋସ ନିଜର ଉଡ଼ାଣ ପରେ କହିଥିଲେ ଯେ, ଆମାଜନର ପତ୍ୟେକ କର୍ମଚାରୀ ଏବଂ ଆମାଜନର ପ୍ରତ୍ୟେକ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି । କାରଣ ଆପଣମାନେ ଏହି ସବୁ କାମ କରିବା ପାଇଁ ରାଶି ସହଯୋଗ କରିଛନ୍ତି । ମୋ ତରଫରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଏହି କାମ ପ୍ରଶଂସନୀୟ ।   

Leave A Reply

Your email address will not be published.