ଆମେରିକା ସେନା ଶିବିରରୁ ହଟିଲା ଲକଡାଉନ୍‌

ୱାଶିଂଟନ, ଅଗଷ୍ଟ ୧୪ : ଆମେରିକାର ୱାଶିଂଟନସ୍ଥିତ ଆମେରିକୀୟ ସେନା ଶିବିର ନିକଟରେ ଧରାଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରାଯିବା ସହିତ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଯେଉଁ ସମୟରେ ସନ୍ଦିଗ୍ଧ ବ୍ୟକ୍ତି ଧରାପଡ଼ିଥିଲା, ସେନା ଶିବିରରେ ଭୟର ବାତାବରଣ ଦେଖାଯାଇଥିଲା । କାରଣ ଏଭଳି ଅପ୍ରିତିକର ଖବର ନେଇ ଫେସବୁକ୍‌ରେ ପୋଷ୍ଟ ହୋଇଥିଲା । ଜଏଣ୍ଟ ବେସ ଏନାକୋଷ୍ଟିୟା ବୋଲିଙ୍ଗ ଶୁକ୍ରବାର ଫେସବୁକରେ ପୋଷ୍ଟରେ କହିଥିଲେ ଯେ, ସେନା ଶିବିରକୁ ବନ୍ଦ କରି ଦିଆଯାଇଛି । ନୋଟିସରେ କୁହାଯାଇଥିଲା ଯେ, ସେନା ଶିବିରର ଦକ୍ଷିଣ ଭାଗରେ ଜଣେ ବ୍ୟକ୍ତିର ଉପସ୍ଥିତି ନେଇ ସୂଚନା ମିଳିଛି । ତେଣୁ ଲୋକଙ୍କୁ ସତର୍କ ରହିବାର ଅଛି । ଜଏଣ୍ଟ ବେସ ଏନାକୋଷ୍ଟିଆ-ବୋଲିଙ୍ଗ ଶୁକ୍ରବାର ନିଜର ଫେସବୁକ ପେଜରେ ଏକ ନୋଟ ପୋଷ୍ଟ କରିଥିଲେ ଯେ, ଶିବିରକୁ ଲକଡାଉନରେ ରଖାଯାଇଛି । ଅଟକ ଥିବା ବ୍ୟକ୍ତି ଜଣକ କୃଷ୍ଣକାୟ । 

Leave A Reply

Your email address will not be published.