ଆମେରିକୀୟ ଦୂତାବାସରେ କ୍ରେନ ଦୁର୍ଘଟଣାଗ୍ରସ୍ତ: ୨ ଶ୍ରମିକ ମୃତ

ନୂଆଦିଲ୍ଲୀ, ଅଗଷ୍ଟ ୧୪ : ନୂଆଦିଲ୍ଲୀର ଚାଣିକ୍ୟପୁରୀସ୍ଥିତ ଆମେରିକୀୟ ଦୂତାବାସରେ ଶୁକ୍ରବାର ହୋଇଥିବା କ୍ରେନ ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଶ୍ରମିକ ଆହତ ହୋଇଛନ୍ତି । ତିନି ଜଣ ଶ୍ରମିକ କ୍ରେନ ନିକଟରେ ଛିଡ଼ା ହୋଇ କାମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏହି ସମୟରେ କ୍ରେନଟି ଅଚାନକ ଓଲଟିପଡ଼ିଥିଲା । ଫଳରେ ଏହି ଦୁର୍ଘଟରା ସମ୍ମୁଖୀନ ହୋଇଥିଲେ ୩ ଜଣ ଶ୍ରମିକ । ପୋଲିସ କହିବା ଅନୁସାରେ ମୃତକମାନେ ହେଲେ କାଂଚନ ମୀନା ଓ ବାବୁଲାଲ । ଏମାନେ ରାଜସ୍ଥାନର ଦୌସା ଜିଲ୍ଲା ନିବାସୀ ଥିଲେ ଏବଂ ନୂଆଦିଲ୍ଲୀରେ ଶ୍ରମିକ ଭାବେ ଏଣେତେଣେ କାମ କରୁଥିଲେ । ଆହତ ଜଣକ ହେଲେ ମୁକେଶ । ମୁକେଶଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟପନ୍ନ ହେବାରୁ ଆରଏମଏଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଚାଣକ୍ୟପୁରୀ ଥାନାରେ ମାମଲା ରୁଜୁ ହୋଇଛି । 

Leave A Reply

Your email address will not be published.