୩ୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି: ୧୪,୭୭୭ କୋଟି ଟଙ୍କା ମଂଜୁରି କଲେ ମୋଦୀ ସରକାର

ନୂଆଦିଲ୍ଲୀ, ଅଗଷ୍ଟ ୧୪ : କରୋନା ସଂକ୍ରମଣ ଉପର-ତଳ ଦେଇ ଗତି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୭୧୩ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମହାମାରୀରୁ ୩୬ ହଜାର ୫୬୩ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୪୭୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାରି ମୋଦୀ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ମୁକାବିଲା ପାଇଁ ୧୪ ହଜାର ୭୪୪ କୋଟି ଟଙ୍କାର ଆଉ ଏକ କିସ୍ତି ମଂଜୁରି କରିଛନ୍ତି । ଏହି ଟଙ୍କାରେ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ମଜବୁତ କରାଯିବ । କେନ୍ଦ୍ର ସରକାର ପୂର୍ବରୁ ମଧ୍ୟ କରୋନା ମୁକାବିଲା ପାଇଁ ବଡ଼ ଧରଣର ପ୍ୟାକେଜକୁ ମଂଜୁରୀ କରୁଛି । କିନ୍ତୁ ବର୍ତ୍ତମାନ ପରୀପ୍ରେକ୍ଷିରେ କରୋନାର ୨ୟ ଲହର ଜାରି ଥିବା ଏବଂ ସମ୍ଭାବିତ ୩ୟ ଲହର ମୁକାବିଲା କରିବା ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ଏବଂ ଆହ୍ୱାନ । ଆମେରିକା ତଥା ଅନ୍ୟ ୟୁରୋପୀୟ ଦେଶ ଗୁଡ଼ିକରେ କରୋନା ପୁଣି ଥରେ ଉପରମୁହାଁ ହୋଇଥିବାରୁ ଭାରତ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।  

Leave A Reply

Your email address will not be published.