ରାଧାମୋହନଙ୍କୁ ନୂଆ ଦାୟିତ୍ଵ

କନ୍ଧମାଳ : କନ୍ଧମାଳର ମଉଡ଼ମଣି କୁହାଯାଉଥିବା ରାଧାମୋହନ ମହାପାତ୍ର ଏବେ ଆଉ ଏକ ଗୁରୁ ଦାୟିତ୍ଵ ବହନ କରିଛନ୍ତି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଦିନକୁ ଦିନ ବିପଦ ମୁହାଁ ହୋଇଥିବା ବେଳେ ତାର ମଙ୍ଗ ଧରିଛନ୍ତି ରାଧାମୋହନ। ସାମ୍ବାଦିକ ମାନଙ୍କ ସୁରକ୍ଷା, ସାମ୍ବାଦିକ ମାନଙ୍କ ହକ୍ ଏବଂ ନ୍ୟାୟ ପାଇଁ ରାଧାମୋହନ ସାଜିଛନ୍ତି ଚାଣକ୍ୟ । ପୂର୍ବରୁ ଅନେକ ଥର କନ୍ଧମାଳ ହକ୍ ପାଇଁ ଜନ୍ମ ମାଟି କନ୍ଧମାଳରୁ ଭାରତର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନିଜର ସ୍ୱରକୁ ପହଞ୍ଚାଇ ସଫଳ ହାସଲ କରିଥିବା ରାଧାମୋହନ ଏବେ କନ୍ଧମାଳର ଓଡିଶା ସାମ୍ବାଦିକ ସଂଘର ସଭାପତି ଭାବେ ଚୟନ ହୋଇଛନ୍ତି। ଏ ନେଇ ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ବୈଠକ କଳିଙ୍ଗା ଡାକ ବଙ୍ଗଳା ଠାରେ ସଂଘର ବରିଷ୍ଠ ସଭ୍ୟ ପତିତପାବନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟ ସଂଘର କୋଷାଧକ୍ଷ ଅରୁଣ କୁମାର ଷଢ଼ଙ୍ଗୀ ଯୋଗଦେଇଥିବା ବେଳେ ସର୍ବପ୍ରଥମେ ରାଜ୍ୟ ସଂଘର ସଭାପତି ସ୍ବର୍ଗତ ପ୍ରଭାତ ଦାସଙ୍କ ଅମରଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା।ଏବଂ ବୈଠକରେ ସଂଘର ସାଂଗଠନିକ ବିଧିବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଓଡ଼ିଶା ସାମ୍ବାଦିକ ସଂଘର କନ୍ଧମାଳ ଜିଲ୍ଲା ସଭାପତି ଭାବେ ରାଧାମୋହନ ମହାପାତ୍ର ଓ ସମ୍ପାଦକ ଭାବେ ପ୍ରିୟବ୍ରତ ସାହୁ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ଏଥିସହିତ ଉପସଭାପତି ଭାବେ ଅନୀଲ କୁମାର ଦଳବେହେରା ଓ ବିରୂପାକ୍ଷ ପାତ୍ରଙ୍କୁ ଚୟନ କରାଯାଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ବଟକୃଷ୍ଣ ଦାସଙ୍କୁ ଚୟନ କରାଯାଇଛି।ତେବେ ଅନୁଷ୍ଠିତ ବୈଠକରେ ପ୍ରସନ୍ନ କୁମାର ମିଶ୍ର, ଗଗନ କୁମାର ପ୍ରଧାନ, କାଳୀପ୍ରାସଦ ତ୍ରିପାଠୀ, ସାମନ୍ତ ଶେଖର ନାୟକ,ଚନ୍ଦ୍ରଶେଖର ପାଢ଼ୀ, ଓ ଫିଲିପ ଦିଗାଲ ପ୍ରମୁଖ ସଂଘର ସଦସ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ। ତେବେ ନୂତନ କରି ଗଠନ ହୋଇଥିବା ଏହି ସଂଘ ଆଗାମି ଦିନରେ ସାମ୍ବାଦିକ ସୁରକ୍ଷା ,ସାମ୍ବାଦିକ ମାନଙ୍କ ଅଧିକାର ପାଇଁ କେବଳ କନ୍ଧମାଳର ସାମ୍ବାଦିକ ମାନଙ୍କ ପାଇଁ ନୂହେଁ ବରଂ ରାଜ୍ୟର ସମସ୍ତ ସାମ୍ବାଦିକ ମାନଙ୍କ ପାଖରେ ଛିଡା ହେବ ।

Leave A Reply

Your email address will not be published.