ଅଗଷ୍ଟ ୨୦ରୁ ଯୁକ୍ତ-୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର, ଅଗଷ୍ଟ ୧୭ : ଚଳିତ ମାସ ୨୦ ତାରିଖରୁ ଯୁକ୍ତ-୩ ନାମ ଲେଖା ପାଇଁ ଆବେଦନ ଆରମ୍ଭ ହୋଇ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଚାଲିବ । ଏହା ପରେ ପ୍ରଥମ କର୍ଟଅଫ ତାଲିକା ସେପ୍ଟେମ୍ବର ୯ ତାରିଖରେ ପ୍ରକାଶ ପାଇବ । ଆବେଦନ ପାଇଁ ଆବଶ୍ୟକ ଫି ସାମ୍ସ ପୋର୍ଟାଲ ମାଧ୍ୟମରେ ସେପ୍ଟେମ୍ବର ୯ ରୁ ୧୪ ମଧ୍ୟରେ ଦାଖଲ କରାଯିବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ସେପ୍ଟେମ୍ବର ୨୧ ତାରିଖରେ ପ୍ରକାଶ ପାଇବ ।  ଉଚ୍ଚଶିକ୍ଷା ବିଭାଗର ଅଧିକାରିମାନେ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ପାଇଁ ସ୍ଲାଇଡ୍ ଅପ୍ ବିକଳ୍ପ ୧୧ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ୨୦୨୧ ପର‌୍ୟ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଆଡମିଶନ ସମୟରେ ପୋର୍ଟାଲରେ ସକ୍ରିୟ ରହିବ । ଚଳିତ ବର୍ଷ କରୋନା ମହାମରୀ କାରଣରୁ ବିନା ପରିକ୍ଷାରେ ପୁର୍ବ ପରିକ୍ଷା ପ୍ରଦର୍ଶନ ଆଧାରରେ ଯୁକ୍ତ-୨ ଛାତ୍ରଛାତ୍ରୀ ମାନଙ୍କର ରେଜଲ୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.