ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀଙ୍କୁ ଆଗୁଆ ସର୍ତ୍ତମୁଳକ ଜାମିନ ଦେଲେ ହାଇକୋର୍ଟ

ଭୁବନେଶ୍ୱର,ଅଗଷ୍ଟ ୧୭ : ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀ ସୁଧାଶୁଂବାଳାଙ୍କୁ ଆଗୁଆ ଜାମିନ ଦେଇଛି ହାଇକୋର୍ଟ । କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବତ୍ତମାନ ପୋଲିସ୍ ହାଜତରେ ଅଛନ୍ତି ବିରଞ୍ଚି ହେଲେ ପତ୍ନୀ ସୁଧାଶୁଂବାଳାଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ୍ ପ୍ରଦାନ କରିଛି ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା ପାଇଁ ଆଗୁଆ ଜାମିନ୍‌ରେ ସର୍ତ୍ତ ହୋଇଛି ।ସେହି ସର୍ତ୍ତ ହେଉଛି ଯଦି ତଦନ୍ତକାରୀ ଟିମ୍ ଗିରଫ କରନ୍ତି ତାହା ପରେ ବି ତାଙ୍କ ପତ୍ନୀ ଜାମିନ୍ ପାଇବେ ।ସୂଚନାଯୋଗ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଜବତ ସହ ନଗଦ ୨୫ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ଗହଣା ସହ ଗୋଟିଏ କାର୍‌, ୨ଟି ବାଇକ୍‌, ୫୬ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା ଜବତ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.