ଅର୍ଥ ହେରଫେର ମାମଲାରେ ପୂର୍ବତନ ଗୃହମନ୍ତ୍ରୀଙ୍କୁ ସମନ ‌ଜାରି କଲା ଇଡ଼ି

ନୂଆଦିଲ୍ଲୀ,ଅଗଷ୍ଟ ୧୭ : ପଞ୍ଚମ ଥର ପାଇଁ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଇଡି ତାଜା ସମନ ‌ଜାରି କରିଛି । ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ଇଡି ତାଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ।  ୧୦୦ କୋଟି ଲାଞ୍ଚ ଏବଂ ଚୋରାଚାଲାଣ ରାକେଟ ସମ୍ପର୍କରେ ଏହି ସମନ ଜାରି କରାଯାଇଥିଲା। ଏହାଫଳରେ ଏପ୍ରିଲରେ ଦେଶମୁଖ ଇସ୍ତଫା ଦେଇଥିଲେ।  କିନ୍‌ୁ ବର୍ତ୍ତମାନ ପୁଣି ଇଡ଼ି ସମନର ସମ୍ମୁଖୀନ ହୋଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ । ଦେଶମୁଖ ଗତ ମାସରେ ଏକ ଭିଡିଓ ବିବୃତ୍ତି ଜାରି କରି ଦର୍ଶାଇଥିଲେ ଯେ ତାଙ୍କ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ପରେ ସେ ଇଡିରେ ହାଜର ହେବେ।

Leave A Reply

Your email address will not be published.