ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ ଛୁଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ଅଗଷ୍ଟ ୧୮ : ରାଜ୍ୟରେ ଚିନ୍ତା ବଢାଇଛି ଶିଶୁ ସଂକ୍ରମଣ । ପ୍ରତିଦିନ ୧୦୦ରୁ ଉର୍ଦ୍ଧ୍ୱ ଛୁଆ ବା ୧୮ ବର୍ଷରୁ କମ୍ ପିଲା କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଯାହା ବର୍ତ୍ତମାନ ରାଜ୍ୟରେ ତୃତୀୟ ଲହର ଭୟକୁ ଦ୍ୱିଗୁଣିତ କରିଛି । ପୂର୍ବ ଅନୁମାନ ଅନୂଯାଇ କରୋନା ମହାମାରୀର ତୃତୀୟ ଲହର ଛୁଆଙ୍କ ପାଇଁ ଅଧିକ ପ୍ରଭାବୀ ହେବ । ବର୍ତ୍ତମାନ ଥିରେ ଧିରେ ପିଲାଙ୍କ କରୋନା ଗ୍ରାଫରେ ତାହା ହିଁ ସ୍ପଷ୍ଟ ହେଉଛି । ରାଜ୍ୟରେ ଶିଶୁ ସଂକ୍ରମଣ ବୃଦ୍ଧି ପାଇବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଦିନ ଛୁଆ ମାନଙ୍କ କରୋନା ତଥ୍ୟ ମଧ୍ୟ ଦିଆଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୮ ଛୁଆ ବା ୧୮ ବର୍ଷରୁ କମ୍ ବୟସ୍କ ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏତେ ସଂଖ୍ୟକ ଛୁଆ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଛୁଆ ମାନଙ୍କ କ୍ଷେତ୍ରରେ ସିଭିଅରଟି ଦେଖିବାକୁ ମିଳିନାହିଁ ।

Leave A Reply

Your email address will not be published.