ଟଳିନି ବିପଦ: ସତର୍କ ନରହିଲେ ପୁଣି ବିଗିଡିପାରେ ସ୍ଥିତି

ଭୁବନେଶ୍ୱର, ଅଗଷ୍ଟ ୧୮: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଲାଗି ରହିଛି । ଏହାରି ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧୀରେ ହ୍ରାସ ପାଇବାର ଲାଗିଛି । ମାତ୍ରକରୋନାର ଦ୍ୱିତୀୟ ଲହର ଏଯାଏ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ନାହିଁ । ପ୍ରତିଦିନ ୭୦୦ରୁ ୯୦୦ ଭିତରେ ରହୁଛି ସଂକ୍ରମଣ ସଂଖ୍ୟା । ଏନେଇ ଡିଏମଇଟି ସିବିକେ ମହାନ୍ତି ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ଦ୍ୱିତୀୟ ଲହରରେ ସଂକ୍ରମଣ କମିଥିବାରୁ ଆମେ ଟିକେ ଆଶ୍ୱସ୍ତ ହୋଇଛନ୍ତି । କିନ୍ତୁ ଆଗାମୀ ଦିନରେ ସମ୍ଭାବ୍ୟ ତୃତୀୟ ଲହର ଆସିବ । ତେଣୁ ଏହାର ମୁକାବିଲା ନେଇ ସରକାର ବେଡ ସଂଖ୍ୟା ବୃଦ୍ଦଇ କରିଛନ୍ତି । ସେପଟେ ଟୀକାକରଣକୁ ବି ଜୋରଦାର କରାଯାଉଛି । ଲୋକଙ୍କୁ ସଚେତନ ବି କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ବି ପୂରା ପ୍ରସ୍ତୁତ ଅଛନ୍ତି ।  ହେଲେ ବର୍ତ୍ତମାନ ଲୋକମାନେ କୋଭିଡ ନିୟମକୁ ସଠିକ ଭାବେ ପାଳନ କଲେ ସଂକ୍ରମଣ କମିବ । ତେଣୁ ସମସ୍ତେ ମାସ୍କ ପିନ୍ଦିବା ଆବଶ୍ୟକ । ନିୟମିତ ବ୍ୟବଧାନରେ ହାତ ଧୋଇବା ଉଚିତ । ଜଳଗହଳି ସ୍ଥାନକୁ ଯାଆନ୍ତୁ ନାହିଁଁ । ତାହେଲେ ସମ୍ଭାବ୍ୟ ତୃତୀୟ ଲହରକୁ ରୋକିପାରିବା । ନହେଲେ ସଂକ୍ରମଣ ବଢିବାର ଅଧିକ ସମ୍ଭାବନା ରହିଛି । 

Leave A Reply

Your email address will not be published.