ତାଲିବାନ ଫେରିବା ପରେ ଚିନ୍ତା-ଭୟରେ ମହିଳା ଆଫଗାନ ସୈନିକ

କାବୁଲ, ଅଗଷ୍ଟ ୧୮ : ଆଫଗାନିସ୍ତାନ ଉପରେ ତାଲିବାନ ନିଜର ଆଧିପତ୍ୟ ବିସ୍ତାର କରିଛି । ଏବେ ଦେଶର ମହିଳା ସୈନିକଙ୍କର ଚିନ୍ତା ବଢ଼ିଯାଇଛି । ସେମାନଙ୍କୁ ଭୟ ଯେ, ତାଲିବାନ ଆତଙ୍କବାଦୀମାନେ ଦୁଷ୍କର୍ମ କରିବାକୁ ମଧ୍ୟ ପଛେଇ ନପାରନ୍ତି । ଏଥି ସହିତ ସେମାନଙ୍କର ପରିବାରକୁ ଶେଷ କରିବା ପାଇଁ ମଧ୍ୟ ପଛଘୁଂଛା ଦେଇ ନପାରନ୍ତି ।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୧୧ରେ ଗର୍ବର ସହିତ ଆଫଗାନିସ୍ତାନ ନ୍ୟାସନାଲ ଆର୍ମିରେ ଯୋଗଦେଇଥିବା କୁବରା ବେହରୋଜଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଭୟ ହୋଇଛି । ତାଙ୍କ କହିବା ଅନୁସାରେ ସେ ଯଦି ତାଲିବାନ ଅଧିନରେ କାମ କରିବେ, ତା’ହେଲେ ଜାଣି ହେଉ ନାହିଁ ଯେ, ଭାଗ୍ୟ କେଉଁଠି ପହଂଚିବ ।  କୁବରା ବେହରୋଜଙ୍କ କହିବା ଅନୁସାରେ ତାଲିବାନ ଯଦି ସେମାନଙ୍କୁ ଧରିନିଏ, ତାହେଲେ ମୁଣ୍ଡକାଟ କରିବ । ମୋର ଭୟ ଯେ, ସୈନିକ ହୋଇଥିଲେ ବି ସେମାନେ ଅପହରଣ କରିବାକୁ ପଛେଇବେ ନାହିଁ । ଜେଲରେ ଭର୍ତ୍ତି କରିଦେବେ ଏବଂ ଦୁଷ୍କର୍ମ କରିବେ । ମୋତେ ମୋର ଭବିଷ୍ୟତ ଏବଂ ପରିବାର ନେଇ ଚିନ୍ତା ଜାତ ହୋଇଛି ।    

Leave A Reply

Your email address will not be published.