ଏବେ ପ୍ରତି କ୍ଷେତ୍ରରେ ଚମକିବେ ମହିଳା

ନୂଆଦିଲ୍ଲୀ, ଅଗଷ୍ଟ ୧୮: ଏବେ ପ୍ରତି କ୍ଷେତ୍ରରେ ଚମକିବେ ମହିଳା । ଲିଙ୍ଗଗତ ଭେଦଭାବକୁ ନେଇ ସେନାକୁ ସର୍ବୋଚ୍ଛ କୋର୍ଟ ଭତ୍ସନା କରିବା ପରେ ଏବେ ବଡ଼ ନିଷ୍ପତି ନିଆଯାଇଛି । ତାହା ହେଉଛି ଆସନ୍ତା ୫ ତାରିଖରେ ହେବାକୁ ଥିବା ଏନଡ଼ିଏ ପରୀକ୍ଷା ଅର୍ଥାତ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପରୀକ୍ଷା ବର୍ତ୍ତମାନ ଦେଇପାରିବେ ମହିଳା । ଏହି ନିଷ୍ପତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ କେବଳ ପୁରୁଷ ଏହି ପରୀକ୍ଷା ଦେଇ ପାରୁଥିଲା ବେଳେ ଏବେ ଏଥିରେ ମଧ୍ୟ ସାମିଲ ହେବେ ମହିଳା ଏବଂ ନିଜର ଦକ୍ଷତା ଓ କାର୍ଯ୍ୟକାରିତାକୁ ସାରା ଦେଶରେ ଚକମାଇବେ । ମହିଳା ଆଗକୁ ଏନଡିଏ ପରୀକ୍ଷା ଦେଇପାରିବେ । କିନ୍ତୁ ଆଡମିସନ୍ ଚୁଡ଼ାନ୍ତ ରାୟ ପରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମହିଳାଙ୍କୁ ଏନଡିଏ ପରୀକ୍ଷାରେ ସାମିଲ ନକରିବା ନେଇ ଶୁଣାଣି ବେଳେ ସେନାକୁ କଡ଼ା ଭର୍ସନା କରିଛନ୍ତି କୋର୍ଟ । ସୁଚନା ଅନୁସାରେ ଦୀର୍ଘ ଦିନରୁ ମହିଳାଙ୍କୁ ପରୀକ୍ଷାରେ ସାମିଲ ପାଇଁ ଦାବି ହୋଇ ଆସୁଥିଲା ।

Leave A Reply

Your email address will not be published.