ନିଆଁ ଲାଗି ଜଳି ପୋଡ଼ି ପାଉଁଶ ହୋଇଗଲା ୨ ବଖରା ଘର, ଝିଅ ବାହାଘର ପାଇଁ ରଖାଯାଇଥିବା ଟଙ୍କା ମଧ୍ୟ ପାଉଁଶ

କରଞ୍ଜିଆ , ଅଗଷ୍ଟ ୧୮: ନିଆଁ ଲାଗି ଜଳି ପୋଡ଼ି ପାଉଁଶ ହୋଇଗଲା ୨ ବଖରା ଘର । ଏପରି ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମପଞ୍ଚାୟତ ଗହଣ୍ଡିଆ ଗ୍ରାମରେ । କୌଣସି କାରଣରୁ ଘରେ ନିଆଁ ଲାଗିଯିବା କାରଣରୁ ଏପରି ଘଟଣା ଘଟିଛି । ନିଆଁକୁ ଆୟତ କରିବା ସମ୍ଭବପର ନଥିବାରୁ ନିଆଁ ଅତି କମ୍ ସମୟରେ ଚାରିଆଡ଼କୁ ବ୍ୟାପିଯାଇଥିଲା ଫଳରେ ଗ୍ରାମବାସୀଙ୍କ ସୁଚନା କ୍ରମେ ଦମକଳବାହିନୀ ଆସି ନିଆଁକୁ ଆୟକ କରିଥିଲେ । ହେଲେ ସେ ପର୍ଯ୍ୟନ୍ତ ୨ ବସ୍ତା ଚାଉଳ, ୬ ବସ୍ତା ଧାନ, ଦୁଇଟି ସାଇକେଲ, ଘରର ସମସ୍ତ ଆସବାବପତ୍ର, ଝିଅ ବାହାଘର ପାଇଁ କିଣିଥିବା ସାମଗ୍ରୀ ସହ ନଗଦ ୧୦ ହଜାର ଟଙ୍କା, ସୁନା କାନଫୁଲ ଏବଂ ସରକାରୀ କାଗଜ ପତ୍ର ପୋଡି ଯାଇ ନଷ୍ଟ ହୋଇଯାଇଥିବାର ପରିବାର ଲୋକ କହିଛନ୍ତି ।

Leave A Reply

Your email address will not be published.