ପୁଣି ବ୍ରାଉନସୁଗାର ଜବତ

ସୁନ୍ଦରଗଡ, ଅଗଷ୍ଟ ୧୮ : ଧଳା ଜହରର ହବ ପାଲଟିଛି ଓଡିଶା । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳ ଜହର ଜବତ କରାଯାଉଛି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଲିପଲୋଇଠାରେ ଧଳା ଜହର କାରବାର ହେଉଥିବା ପୋଲିସ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ସେଠାରେ ଚଢଉ କରି ୩ ବେପାରୀଙ୍କୁ ଗିରଫ ଥିଲା । ସେମାନଙ୍କ ଠାରୁ ୫ ଗ୍ରାମ ୩୯୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହାସହିତ ୧୭ ହଜାର ୯୦୦ ଟଙ୍କା ସହିତ ଏକ ମୋଟର ସାଇକେଲ ଜବତ କରିଥିବା ନେଇ ଏସଡିପିଓ ଡ. ଶଶାଙ୍କ ଶେଖର ବେଉରା ସୂଚନା ଦେଇଛନ୍ତି । ସେପଟେ ଗିରଫ ଅଭିଯୁକ୍ତ ମଧ୍ୟରେ ଦୁଇ ଜଣ ସୁନ୍ଦରଗଡ ଅଞ୍ଚଳର ହୋଇଥିବା ବେଳେ ଜଣେ ରାଜଗାଙ୍ଗପୁର ଅଞ୍ଚଳର ବୋଲି ଜଣାପଡିଛି । ସେହିପରି ସମସ୍ତ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । 

Leave A Reply

Your email address will not be published.