ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୪୪ ଲକ୍ଷ ଟପିଲା, ୨୧ କୋଟି ଲୋକ ସଂକ୍ରମିତ

ନୂଆଦିଲ୍ଲୀ, ଅଗଷ୍ଟ ୧୯ : କରୋନା ଭାଇରସ ସଂକ୍ରମଣ ବିଶ୍ୱର୍ରେ ପୁଣି ଏକ ନୂଆ ରେକର୍ଡ କରିଛି । ଏପର୍ଯ୍ୟନ୍ତ ବିଶ୍ୱରେ ୨୧ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିଭଳି କରୋନାରେ ୪୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷ ୭୯ ହଜାର ୩୫୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୨୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।  ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୪୩ ହଜାର ୩୮୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୩ ହଜାର ୯୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୮ କୋଟି ୮୧ ଲକ୍ଷ ୭୫ ହଜାର ୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୪ ଲକ୍ଷ ୬୪ ହଜାର ୪୦୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୭ ହଜାର ୮୭୬ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Leave A Reply

Your email address will not be published.