ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ବିଜେଡି ସାଂସଦ ଭର୍ତ୍ତୁହରୀ ମହତାବଙ୍କ ନାଁରେ ମାମଲା ରୁଜୁ କଲେ ତାଙ୍କ ବୋହୁ

ଭୁବନେଶ୍ୱର, ଅଗଷ୍ଟ ୧୯ : ବୋହୂ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ବିଜେଡି ସାଂସଦ ଭର୍ତ୍ତୁହରୀ ମହତାବ, ତାଙ୍କ ପତ୍ନୀ ଏବଂ ପୁଅଙ୍କ ବିରୋଧରେ ଏତଲା ଦେଇଥିବା ସୂଚନା ମିଳିଛି । ଡିସେମ୍ବର ୨୦୧୬ ରେ ମଧ୍ୟପ୍ରଦେଶରେ ସାଂସଦ ମହତବଙ୍କ ପୁଅଙ୍କୁ ବିବାହ କରିଥିଲେ। ଗତ କାଲି ସେ ଭୋପାଳର ଏକ ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ତାଙ୍କ ବିବାହରେ ତାଙ୍କ ପରିବାର ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି ଏବଂ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି।  ସାଂସଦ, ତାଙ୍କ ପତ୍ନୀ ଏବଂ ପୁଅଙ୍କ ବିରୋଧରେ ଧାରା ୪୯୮(କ), ଧାରା ୫୦୬ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଏହା ପରେ ଥାନା ଅଧିକାରୀ କହିଛନ୍ତି ଯେ ଦାଖଲ କରାଯାଇଥିବା ଏଫ୍ଆଇଆର୍ ଆଧାରରେ ମାମଲାର ତଦନ୍ତ ଆରମ୍ଭ କରିଛୁ ।

Leave A Reply

Your email address will not be published.