ଅବିଭାବକଙ୍କ ମନରେ ତୃତୀୟ ଲହର ଛନକା

ଭୁବନେଶ୍ୱର, ଅଗଷ୍ଟ ୧୯ : ରାଜ୍ୟରେ କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିଛି । ଦ୍ୱିତୀୟ ଲହର ପ୍ରଭାବ କମିନଥିବା ବେଳେ ତୃତୀୟ ଲହର ପ୍ରଭାବ ଦେଖାଦେବା ବି ଆରମ୍ଭ ହୋଇଛି ରାଜ୍ୟରେ । ଏଭଳି ସ୍ଥିତିରେ ରାଜ୍ୟରେ ପ୍ରତିଦିନ ୧୦୦ରୁ ଉର୍ଦ୍ଧ୍ୱ ପିଲା ବା ୧୮ ବର୍ଷରୁ କମ୍ ବୟସ୍କ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ଯାହାକୁ ନେଇ ଏବେ ଅବିଭାବକଙ୍କ ମନରେ ତୃତୀୟ ଲହର ଛନକା ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେବ ସ୍କୁଲ କଲେଜ ଖୋଲିଥିଲେ ହେଁ ଆଜି ପର୍ଯ୍ୟନ୍ତ ପିଲାଙ୍କ ଶତ ପ୍ରତିଶତ ଉପସ୍ଥାନ ଦେଖିବାକୁ ମିଳିନାହିଁ ରାଜ୍ୟରେ । କେଉଁ ସ୍କୁଲରେ ୪୦ ପ୍ରତିଶତ ପିଲା ଅଫଲାଇନ୍ କ୍ଲାସ କରିବାକୁ ଆସୁଛନ୍ତି ତ ଆଉ କେଉଁଠି ଅତିବେଶିରେ ୬୦-୭୦ ପ୍ରତିଶତ ପିଲାଙ୍କ ଉପସ୍ଥାନ ରହୁଛି । ସେହିଭଳି କଲେଜ ଗୁଡିକରେ ବି ପିଲାଙ୍କ ଉପସ୍ଥାନ କମୁଥିବାର ଦେଖିବାକୁ ମିଳିଛି । ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଉପସ୍ଥାନ ସାମାନ୍ୟା ଅଧିକ ରହିଛି । ସ୍କୁଲ ଖୋଲିବା ସମୟରେ ଉକ୍ତ ଦୁଇ ଶ୍ରେଣୀର ଉପସ୍ଥାନ ୫୦ରୁ ୬୦ ପ୍ରତିଶତ ମଧ୍ୟରେ ରହିଥିଲା । ପରବର୍ତୀ ସମୟରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୮୦ ପ୍ରତିଶତ ଛୁଇଁଥିଲା । ତେବେ ଦୁଇ ସପ୍ତାହ ହେଲା ଦଶମ ଶ୍ରେଣୀରେ ଉପସ୍ଥାନ ପୁଣିଥରେ ହ୍ରାସ ପାଇଛି । ୬୦ରୁ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି । ଦ୍ୱାଦଶ ଶ୍ରେଣୀରେ ଉପସ୍ଥାନ ବହୁତ କମିଛି ।

Leave A Reply

Your email address will not be published.