ଡ୍ରାଇଭରକୁ ନିଶା ନେଇ ଟଙ୍କା ଭର୍ତ୍ତି ଗାଡି ନେଇଗଲେ ଲୁଟେରା

ବ୍ରହ୍ମପୁର,ଅଗଷ୍ଟ ୧୯ : ଡ୍ରାଇଭରକୁ ନିଶା ନେଇ ଟଙ୍କା ଭର୍ତ୍ତି ଗାଡି ନେଇଗଲେ ଲୁଟେରା । ଏପରି ଘଟଣା ଘଟିଛି ବ୍ରହ୍ମପୁର ବଡବଜାର ଥାନା ନିକଟସ୍ଥ ଏଟିଏମରେ । ଗାଡିରେ ୨୬ ଲକ୍ଷ ଟଙ୍କା ଥିବା ବେଳେ ଗାଡ଼ିକୁ ଦୀର୍ଘ ସମୟ ଧରି ଲକ୍ଷ କରିଥିଲେ ପରେ ଘଟଣାସ୍ଥଳରୁ ଗାଡ଼ି ଧରି ଫେରାର୍ ହୋଇଯାଇଥିଲେ । ଗାଡିକୁ ପୋଲିସ ଠାବ କରିଥିବା ବେଳେ, ଗାଡିରୁ ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ଏବଂ ଗାଡିରୁ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଛି ପୋଲିସ । ସୁଚନାଅନୁସାରେ ଏଟିଏମରେ ଟଙ୍କା ଭରିବାକୁ ଏଜିଏସ ସଂସ୍ଥା ଯାଇଥିବା ବେଳେ । ଗାଡିରେ ୨୬ ଲକ୍ଷ ଟଙ୍କା ଥିଲା । ଡ୍ରାଇଭର ସହ ସିକ୍ୟୁରିଟି ଗାର୍ଡ ଓ ବ୍ୟାଙ୍କ କର୍ମଚାରୀ ସାଙ୍ଗରେ ମଧ୍ୟ ଥିଲେ । ତେବେ ଏକ ଏଟିଏମରେ ୨ ଲକ୍ଷ ଟଙ୍କା ଭରିବାକୁ ବ୍ୟାଙ୍କ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଯାଇଥିବା ବେଳେ, ଡ୍ରାଇଭରକୁ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଗାଡି ନେଇଥିଲେ ଲୁଟେରା । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ବ୍ୟାଙ୍କ କର୍ମଚାରୀ । ପୋଲିସ ଖୋଜା ଖୋଜି କରିବା ପରେ ଗାଡିକୁ ଗୋଳନ୍ଥରା ନିକଟରୁ ଜବତ କରିଛି । ହେଲେ ଗାଡିରୁ ୨୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଲୁଟେରା ।

Leave A Reply

Your email address will not be published.