‘ୱାର୍ଲଡ ଫଟୋଗ୍ରାଫି ଡେ’

ଭୁବନେଶ୍ୱର, ଅଗଷ୍ଟ ୧୯ : ହଜାର ହଜାର ଶବ୍ଦର ଅର୍ଥ ବୁଝାଇଦିଏ ମାତ୍ର ଗୋଟିଏ ଫଟୋ । ସେଇ ଫଟୋ ମାଧ୍ୟମରେ ହିଁ ତ ବିତିଯାଇଥିବା ସ୍ମୃତି ସବୁଦିନ ଆମ ପାଇଁ ଅଲିଭା ହୋଇଯାଏ । ଶବ୍ଦ ଅପେକ୍ଷା ଅଧିକ ପ୍ରଭାବଶାଳୀ ଭାବରେ ନିଜ ଭାବନାକୁ ଅନ୍ୟପାଖରେ ବର୍ଣ୍ଣନା କରୁଥିବାରୁ ବର୍ତମାନ ଡିଜିଟାଲ ଦୁନିଆରେ ଯୋଗାଯୋଗର ଏକ ପ୍ରମୁଖ ଧାରା ପାଲଟିଛି ଫଟୋ ସେୟାରିଙ୍ଗ୍ । ତେବେ ଆଜି ହେଉଛି ‘ୱାର୍ଲଡ ଫଟୋଗ୍ରାଫି ଡେ’ । ଆଜି ଫଟୋଗ୍ରାଫିର ବିଜ୍ଞାନ, ଇତିହାସ ଓ ହସ୍ତଶିଳ୍ପର ଉତ୍ସବକୁ ପାଳନ କରିବା ପାଇଁ ବିଶ୍ୱବ୍ୟାପୀ ପାଳିତ ହେଉଛି ଏହି ଦିନ । ବର୍ତମାନ ସମୟରେ ଫଟୋ ଉଠାଇବା ଆମ ଜୀବନର ଯେମିତି ଏକ ପ୍ରମୁଖ କାମ ହୋଇଯାଇଛି । ଅଫିସ୍ କାମ ହେଉ କି ସାଙ୍ଗମାନଙ୍କ ସାଙ୍ଗରେ ଟାଇମ୍ ପାସ୍ ସବୁଥିରେ ଫଟୋ ଟିଏ ଉଠାଇବା ଜରୁରୀ ମନେ ହୁଏ । କାହିଁକି ବା ହେବନି ଗୋଟିଏ ଫଟୋ ହିଁ ତ ଆପଣଙ୍କ ଅନେକ କର୍ଯ୍ୟର ପ୍ରମାଣ ହୋଇଥାଏ । ଏଥିସହିତ ବିତିଯାଉଥିବା ସମୟକୁ ଆମେ ତୋଳି ଧରିବାରେ ସକ୍ଷମ ହୋଇଥାଉ କେବଳ ଗୋଟିଏ ଫଟୋ ମାଧ୍ୟମରେ ।  ଗୋଟିଏ ସୁନ୍ଦର ଫଟୋ ଆମ ପାଇଁ ଅତୀତକୁ ଯାଇ ଆମର ପୁରୁଣା ସ୍ମୃତିକୁ ସାଉଁଟି ଆଣିଦିଏ । ସେଥିପାଇଁ ତ କୁହାଯାଏ ଯେ ଏକ ଫଟୋ ହଜାରେ ଶବ୍ଦର ମୂଲ୍ୟ ଅଟେ । ଶବ୍ଦଗୁଡ଼ିକ ଅପେକ୍ଷା ଫଟୋଗ୍ରାଫ୍ ବେଳେବେଳେ ଭାବନାକୁ ଶୀଘ୍ର ପହଂଚାଇପାରେ । ଦୁନିଆର ପ୍ରଥମ ଥର ପାଇଁ ୧୮୩୭ରେ ଫଟୋଗ୍ରାଫିକ୍ ପ୍ରୋସେସ୍‌, ଲୁଇସ୍ ଡାଗୁରେ ଓ ଜୋସେଫ ନିକେଫୋର ନିପ୍ସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଫଟୋ ଉତୋଳନର ପ୍ରକ୍ର୍ରିୟାକୁ ୧୮୩୯ ଜାନୁଆରୀ୯ରେ ଫ୍ରେଂଚ୍ ଏକାଡେମୀ ଅଫ ସାଇନ୍ସ ଆନୁଷ୍ଠାନିକ ଭାବରେ ଘୋଷଣା କଲା ଏବଂ ଏହି ଉଦ୍ଦାଭନକୁ ଫ୍ରାନ୍ସ ସରକାର ପୁରା ବିଶ୍ୱକୁ ଉପହାର ରୂପରେ ପ୍ରଦାନ କରିଥିଲେ ଯାହା ପାଇଁ ଆଜି ପୁରା ବିଶ୍ୱରେ ଫଟୋଗ୍ରାଫି ମୁକ୍ତ ଅଟେ । ତେବେ ଟେକ୍ନୋଲୋଜିର ଅଗ୍ରଗତି ସହିତ, ଆମେ ବର୍ଷ ବର୍ଷ ଧରି ଫଟୋଗ୍ରାଫିର ବିଭିନ୍ନ ପଦ୍ଧତି ଦେଖିଛୁ, କିନ୍ତୁ ଫଟୋଗ୍ରାଫିର ପ୍ରକୃତ ସୃଜନଶୀଳତା ବା କ୍ରିଏଟିଭିଟି ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ଆକର୍ଷିତ କରି ଆସୁଛି ଯାହା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ପୁରା ବିଶ୍ୱ ପାଳିଥାଏ ବିଶ୍ୱ ଫଟୋଗ୍ରାଫି ଦିବସ । ଏହି ଦିନ ଫଟୋଗ୍ରାଫି ପ୍ରତି ରୂଚି ରଖୁଥିବା ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିଯାଇଥାଏ କାହିଁକି ନା ଦୁନିଆର ସବୁଠାରୁ ସରଳ କାର୍ଯ୍ୟ କୁହାଯାଉଥିବା ଫଟ୍ରୋଗ୍ରାଫିକୁ ପ୍ରକୃତରେ କାର୍ଯ୍ୟକ୍ଷମ କରାଇବା ଅନେକ ଗୁଣାରେ କଷ୍ଟସାଧ୍ୟ ।

Leave A Reply

Your email address will not be published.