ତାଲିବାନ୍ ଶାସନ ଆରମ୍ଭ ହେବା ପରେ IMFର ବଡ଼ ଘୋଷଣା, ଆଫଗାନିସ୍ତାନକୁ ଆଉ ଯୋଗାଇବ ନାହିଁ ଜରୁରୀ କାଳୀନ ପାଣ୍ଠି

ନୂଆଦିଲ୍ଲୀ, ଅଗଷ୍ଟ ୧୯ : ଦୀର୍ଘ ୨୦ ବର୍ଷ ଆରମ୍ଭ ହୋଇଛି ତାଲିବାନ୍ ଶାସନ ୨.୦ । ପୁରା ଦେଶରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି । ଆଫଗାନିସ୍ତାନରେ ପୁଣି ଥରେ ତାଲିବାନ୍ ଶାସନ ଆରମ୍ଭ ହେବା ପରେ ବହୁ ଦେଶ ଏବେ ଆଫଗାନିସ୍ତାନ ସହିତ ସମ୍ପର୍କ କାଟିଛନ୍ତି ।ଆମଦାନୀ-ରପ୍ତାନୀ ଏମିତିକି ନିବେଶ ଉପରେ ଲାଗୁଛି ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ । ଆଫଗାନିସ୍ତାନରୁ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର ପରେ ଏବେ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ଆମେରିକୀୟ ଡଲାର ବା ସମସ୍ତ ସମ୍ବଳ ଉପରେ ରୋକ୍ ଲଗାଇଛି ଆମେରିକା । ଅର୍ଥାତ୍ ତାଲିବାନ୍ ଆଉ ଆମେରିକୀୟ ସମ୍ବଳର ବ୍ୟବହାର କରିପାରିବ ନାହିଁ । ଅନ୍ୟପଟେ ଆମେରିକା ପରେ ଆଇଏମଏଫ୍ ବା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆଫଗାନିସ୍ତାନରେ ତାଲିବାନ୍ ଶାସନ ଆରମ୍ଭ ହେବା ପରେ ଏକ ବଡ଼ ଘୋଷଣା କରିଛି । ଆଫଗାନିସ୍ତାନ କୁ ଆଉ ଆଇଏମଏଫ୍ ପାଣ୍ଠିର ବ୍ୟବହାର କରିପାରିବ ନାହିଁ । ଏମିତିକି ୪୬ ଡଲାର କୋଟି ଟଙ୍କାର ଜରୁରୀ କାଳୀନ ପାଣ୍ଠି ଉପରେ ବି ପ୍ରତିବନ୍ଧକ ଲଗାଇଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । ତାଲିବାନ୍ ପୁଣି ଥରେ କ୍ଷମତାକୁ ଫେରିବା ପରେ ଆମେରିକା ଭଳି ବହୁ ଦେଶ ଏବେ ଆଫଗାନିସ୍ତାନ ସହିତ ସମ୍ପର୍କ ଛିନ୍ନ କରିଛନ୍ତି ।

Leave A Reply

Your email address will not be published.